-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
17-Sep-2022
ପୁଇଁତଳା, (ବିନୋଦ କୁମାର ଦୀପ) ପୁଇଁତଳା ବ୍ଲକ ବହଳପଦର ପଂଚାୟତ ଅଧିନସ୍ଥ ମଙ୍ଗଳାମୁଣ୍ଡା ଗ୍ରାମର ସ୍ୱର୍ଗତ ଶଙ୍କର ପଧାନ (୫୫) କିଛିଦିନ ପୂର୍ବରୁ ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ସୂଚନାରୁ ପ୍ରକାଶ ଯେ ଶଙ୍କରଙ୍କୁ କେନସର ହୋଇଥିଲା, ତାଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ l ସ୍ୱର୍ଗତ ଶଙ୍କରଙ୍କ ମୃତ୍ୟୁ ଖବର ଜାଣିବା ପରେ ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ ଶଙ୍କରଙ୍କ ପରିବାରକୁ ଭେଟିବା ପାଇଁ ପହଂଚି ଥିଲେ ମଙ୍ଗଳାମୁଣ୍ଡା ଗ୍ରାମକୁ l ଶଙ୍କରଙ୍କ ପତ୍ନୀ ନୁରାବତୀ ପଧାନଙ୍କ ସହ ସାକ୍ଷାତ କରି ୧ ପେକେଡ଼ ଚାଉଳ, ରାସନ ସାମଗ୍ରୀ ଓ କିଛି ଆର୍ଥିକ ସାହାଯ୍ୟ କରିଥିଲେ l ବ୍ଲକ ଅଧ୍ୟକ୍ଷ ଶ୍ରୀ ପଧାନଙ୍କ ସହ ଉପସ୍ଥିତ ଥିଲେ ବୁଦ୍ଧିଜୀବୀ ସୁରେଶ ନାଏକ, ଗ୍ରାମର ସ୍ବେଛାସେବୀ ଦଖୀଳ ପଧାନ ସହ ଗ୍ରାମର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ମାନ l