-+91-9937148622 |

prerana_bgr@rediffmail.com |

  Saturday 9th December 2023 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   (09-Dec-2023)       ||      ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (09-Dec-2023)       ||      ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   (09-Dec-2023)       ||      ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ    (08-Dec-2023)       ||      ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   (08-Dec-2023)       ||      ୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   (08-Dec-2023)       ||      ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   (08-Dec-2023)       ||       ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   (08-Dec-2023)       ||      ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   (08-Dec-2023)       ||      ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ    (08-Dec-2023)       ||      ସୁବଳୟା ସରସ୍ବତୀ ମନ୍ଦିରରେ ବାର୍ଷିକ ଉତ୍ସବ   (08-Dec-2023)       ||      ଉଗ୍ର ଆଂଚଳିକ ବୈଷମ୍ୟର ଶୀକାର, ସରକାରଙ୍କ ୧୯ଟି ସିଙ୍ଗଲ ୱିଣ୍ଡୋ ପ୍ରକଳ୍ପ ମଂଜୁରୀରୁ ବାଦ୍ ପଡିଲା ବଲାଙ୍ଗୀର, ନାଗରିକ କମିଟିର ତୀବ୍ର ପ୍ରତିକ୍ରିୟା    (08-Dec-2023)       ||      ନର୍ଲା ପ୍ରେସ ଆସୋସିଏସନ ର ଏକ ସାଧାରଣ ବୈଠକ ଅନୁଷ୍ଠିତ l   (08-Dec-2023)       ||      ତୃତୀୟ ଦିନରେ ମଦଭାଟିରେ ଆୟକର ଚଢାଉ... ୧୫୬ ବସ୍ତା ନୋଟରୁ ଗଣାଯାଇଛି ୬ଟି, ୭ମେସିନରେ ଚାଲିଛି ଗଣତି   (08-Dec-2023)       ||      ବଲାଙ୍ଗିର : ୧୦ ରୁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ     (08-Dec-2023)       ||      ପାଟଣାଗଡରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର। ବିଧାୟକ ଙ୍କ ଦ୍ଵାରା ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ।   (08-Dec-2023)       ||      ମଦବ୍ୟବସାୟୀଙ୍କ ଘରେ ଆୟକର ଚଢାଉ... ସୁଦପଡା ଭାଟିରୁ ପ୍ରାୟ ୨୦୦କୋଟି ଓ ଟିଟିଲାଗଡରୁ ୨୦କୋଟି ଟଙ୍କା ଜବତ   (08-Dec-2023)       ||      ବିଳାସପୁର-କିରକିଚିପାଲି ରାସ୍ତା ପାଲଟିଛି ମରଣଯନ୍ତା, ମାସେ ମଧ୍ୟରେ ରାସ୍ତା ନହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ଗ୍ରାମବାସୀ    (08-Dec-2023)       ||     

HOME   ଅପରାଧ

ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ଡକାୟତି ଘଟଣା ୫ ଅଭିଯୁକ୍ତକୁ ଗିରଫ , ୩ଟି ମୋଟର ସାଇକେଲ୍ ସହ ଟଙ୍କା ଜବତ, ପୋଲିସ୍ ର ପ୍ରେସ୍ ମିଟ୍‌

17-Sep-2022



ନାକଟିଦେଉଳ(କନ୍ଦର୍ପ ବେହେରା)-କିଛି ଦିନ ତଳେ ନାକଟିଦେଉଳ ଥାନା  ଚରଡପଶି ଠାରେ ଦିନ ଦି ପହରରେ ଜନୈକ ମାଇକ୍ରୋ ଫାଇନାନସ୍ କର୍ମଚାରୀଙ୍କ ଠାରୁ ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ଅପରାଧିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ । ନାକଟିଦେଉଳ ପୋଲିସ୍‌କୁ ଏହା ମୁଣ୍ଡ ବ୍ୟଥ।।ର କାରଣ ହୋଇଥିଲା । ଗତକାଲି ପୋଲିସ୍ ଟିମ୍ ଏହି ଡକାୟତି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ରେଢାଖୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଡକାୟତି ମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । 
    ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ଗତ ୮/୯/୨୦୨୨ ତାରିଖରେ ନାକଟିଦେଉଳ ଥାନା ଚରଡପଶି ନିକଟରେ  ନାକଟିଦେଉଳ ଠାରେ ଥିବା ମାଇକ୍ରୋଫାଇନାନସ୍ କଂପାନୀ ର ଫିଲଡ୍ ଅଫିସର୍ ଆଲୋକ ସାହୁ ଘୋଷରାମାଳ ପଂଚାୟତର ରାଇଲ୍ , ଘୋଷରାମାଳ , ଝାଟକିମାଳ , ଲାଣ୍ଡିମାଳ ଆଦି ଗ୍ରାମରୁ ଏସଏଚ୍‌ଜି ଗ୍ରୁପ୍ ମାନଙ୍କ ଠାରୁ ଟଙ୍କା ଅସୁଲ କରି ଫେରୁଥିବା ବେଳେ ଡକାୟତି ମାନଙ୍କ ହାବୁଡରେ ପଡିଯାଇଥିଲେ ।  ଚରଡପଶି ଗ୍ରାମ ଛକ ଠାରେ ଅପରାହ୍ନ ୨.୩୦ ରୁ ୨.୪୫ ମଧ୍ୟରେ  ତିନି ଜଣ ଡକାୟତି ଏକ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲରେ ଆସି  ଛୁରି ଦେଖାଇ ଆଲୋକ ସାହୁ ନାମକ ଏହି ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ

ନଗଦ ୪୦ ହଜାର ସାତଶହ ପଚାଶ ଟଙ୍କା ଛଡାଇ ନେଇ ଫୋରାର୍ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ କର୍ମଚାରୀ ଜଣଙ୍କ ରେଢାଖୋଲ ପୋଲିସ୍ ଓ ନାକଟିଦେଉଳ ପୋଲିସ୍‌କୁ ଖବର ଦେଇଥିଲେ । । ଡକାୟତି ମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ୍ କୁ ଛାଡି ପଳାଇଥିଲେ । ଏ ନେଇ ନାକଟିଦେଉଳ ଥାନା କେସ୍ ନଂ ୧୭୭ ତା ୮/୯/୨୦୨୨୧ ୟୁ/ଏସ୍ ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା । 
 ଡକାୟତି ଦଳକୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ଟେକନିକାଲ ଟିମ୍ , ସାଇବର ଟିମ୍  ଆଦିର ବ୍ୟବହାର କରିଥିଲା ପୋଲିସ୍ । ଏପରିକି ସିସିଟିଭି ଫୁଟେଜ୍ କୁ ଆଧାର କରି  ଯାଂଚ କରିଥିଲା ପୋଲିସ୍ । ସମ୍ବଲପୁର ଏସ୍‌.ପିଙ୍କ ନିର୍ଦ୍ଦେଶ କ୍ରମେ ନାକଟିଦେଉଳ  , କିସିଣ୍ଡା  , ରେଢାଖୋଲ ଓ ଚାରମାଳ ର ପୋଲିସ୍ ଏହାର ତଦନ୍ତ ଚଳାଇଥିଲେ । ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ଭାରତ ଫାଇନାନସ୍ କଂପାନୀ ଲଇକେରାରେ କାମ କରୁଥିଲା । 
  ପୂର୍ବରୁ ଏହି ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଚାରମାଳ – ଗୁହିରାଦାଦର ରାସ୍ତାରୁ ଜଣେ ମାକ୍ରୋଫାଇନାନ୍‌ସ  କର୍ମଚାରୀଙ୍କ ଠାରୁ ୬୩, ୨୨୦ଟଙ୍କା , ରେଢାଖୋଲ ବୁର୍ଡା ରାସ୍ତା ରୁ ୪୦ ହଜାର ,ଜୁଜୁମୁରାରୁ ମୋହନ୍ଦେରା ରାସ୍ତା ପାଖରୁ ୨୦,୨୨୦ଟଙ୍କା ଝାଙ୍କରପାଲି ଗ୍ରାମ ନିକଟରୁ ୮୯,୭୩୯ଟଙ୍କା ଏବଂ କିସିଣ୍ଡା ଧଳପୁର ରାସ୍ତାରୁ ୬୭, ୬୮୦ ଟଙ୍କା ଡକାୟତି କରିଥିଲେ । ରମେଶ ଭୋଇ ହେଉଛି ମୁଖ୍ୟ ଅଭିଯୁକ୍ତ ଯିଏ କି କେମିତି ଟଙ୍କା ଡକାୟତି ହେବ  ରାସ୍ତା , ସମୟ ସାରଣୀ ସବୁ ସ୍ଥିର କରୁଥିଲା ଏହା ପରେ ଅନ୍ୟ ସାଥି ଡକାୟତି ମାନଙ୍କୁ ସାମିଲ୍ କରୁଥିଲା । 
    ଗିରଫ ଡକାୟତି ମାନଙ୍କ ପାଖରୁ ୩ ଟି ମୋଟର ସାଇକେଲ୍‌, ୭ ଟି ମୋବାଇଲ୍ , ନଗଦ ୧୨ ହଜାର ଟଙ୍କା , ହେଲ୍ ମେଟ୍ , କପଡା, ୧ ଟି ଛୁରୀ ୧ ଟି ଟାବଲେଟ୍ ,୧ ଟି ବାଇଓମେଟ୍ରିକ୍ ଇଷ୍ଟୁମେଂଟ୍ ଜବତ କରିଛି । ଗିରଫ ଡକାୟତି ମାନେ ହେଲେ ସମ୍ବଲପୁର ଭୀମଭୋଇ ନଗର ର ସୁନୀଲ କୁମାର ବେହେରା (୩୭) , ଆମ୍ବସରଭଟା ର ରମେଶ ଭୋଇ (୩୨), ସୋନପୁର ଜିଲ୍ଲା ଜଟେସିଂହାର ଗଙ୍ଗାଧର ବାଦୀ (୩୫),ସୋନପୁର

କୁଡାପଡା  ହରିଜନ ସାହିର ସୁଶାନ୍ତ ଲୁହା(୨୮), ସୋନପୁର କମରିଆ ଗ୍ରାମର କାହ୍ନୁଚରଣ ତାଣ୍ଡି(୨୬) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମ ମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।  ସୁନୀଲ କୁମାର ବେହେରା ନାମରେ ରେଢାଖୋଲ  , ଚାରମାଳ , ଜୁଜୁମୋରା  , ଅନୁଗୋଳ , କିଆକଟା  ଓ ଛେଣ୍ଡିପଦା ଥାନା ଆଦିରେ ୮ ଟି ମାମଲା ରହିଛି । ଠିକ୍ ସେଇ ପରି  ସୁଶାନ୍ତ ଲୁହା ନାମରେ ବୌଦ୍ଧ ର କଂଟାମାଳ ଥାନାରେ ଗୋଟିଏ ମାମଲା , ରମେଶ ଭୋଇ , ଗଙ୍ଗାଧର ବାଦୀ , କାହ୍ନୁଚରଣ ତାଣ୍ଡି , ଦୟାନିଧି ଲୁହା ନାମରେ ରେଢାଖୋଲ, ଚାରମାଳ , ନାକଟିଦେଉଳ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣା ପଡିଛ ।  ସୁନୀଲ କୁମାର ବେହେରା , ରମେଶ ଭୋଇ ନାମରେ ଜୁଜୁମୋରା ଥାନା , କିସିଣ୍ଡା ଥାନାରେ ୩ ଟି ,ସୁନ୍ଦରଗଡ ଜିଲ୍ଲା ତଲସରା  , ଶାସନ  , ସୋନପୁର ଜିଲ୍ଲା ସୁବଳୟା ଥାନାରେ ୭ ଟି ମାମଲା ରହିଥିବା ପୋଲିସ୍ କହିଛି । ମୁଖ୍ୟ ଅଭିଯୁକ୍ତ ସୁନୀଲ କୁମାର ବେହେରା ଏବଂ ରମେଶ ଭୋଇ ବହୁ ସମୟରେ ସୁନ୍ଦରଗଡ , ଅନୁଗୋଳ , ଢେଙ୍କାନାଳ , ବୌଦ୍ଧ ଆଦି ଜିଲ୍ଲାରେ ମାଇକ୍ରୋଫାଇନାସ୍ କର୍ମଚାରୀମାନଙ୍କ ଠାରୁ ବିଭିନ୍ନ ସମୟରେ ଲୁଟ୍ କରିିଥିବା ପୋଲିସ୍ କହିଛି । । ଏହି ଡକାୟତି ମାନଙ୍କୁ ଧରିବା ରେ ରେଢାଖୋଲ ଏସ୍ ଡିପି ପ୍ରଶାନ୍ତ କୁମାର ମେହେର ଙ୍କ ସମେତ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ ସାମଲ , ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ଏବଂ ନାକଟିଦେଉଳ ଥାନାଧିକାରୀ ବିଭୁତି ଭୂଷଣ ଦଳାଇ ପ୍ରମୁଖ ସାମିଲ୍ ହୋଇଥିଲେ ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   09-Dec-2023
  ଜିଲ୍ଲା  
ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ   08-Dec-2023
  ଜିଲ୍ଲା  
ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   08-Dec-2023
  ଜିଲ୍ଲା  
୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   08-Dec-2023
  ଜିଲ୍ଲା  
ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   08-Dec-2023
  ରାଜ୍ୟ  
 ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   08-Dec-2023
  ଜିଲ୍ଲା  
ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   08-Dec-2023
  ଜିଲ୍ଲା  
ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ   08-Dec-2023

You Might Also Like