-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Sep-2022
ବଲାଙ୍ଗୀର- ବଲାଙ୍ଗୀରର ପ୍ରଶାସନ ଓ ପୋଲିସର ଅବହେଳା ଯୋଗୁଁ ଆଇନ ଶୃଙ୍ଗଳା ବିପର୍ଯ୍ୟସ୍ତ ହୋଇଛି ବୋଲି ନାଗରିକ କମିଟି ତରଫରୁ ଘୋର୍ ଉଦବେଗ ପ୍ରକାଶ ପାଇଛି । ଇତି ମଧ୍ୟରେ ସହରରେ ଦିନ ଦ୍ୱିପହରରେ ମଧ୍ୟ ଚୋରି ଓ ମାରପିଟ୍ ପରି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏପରିକି ଚୋର ମାନେ ଦେବାଳୟକୁ ମଧ୍ୟ ଛାଡି ନାହାନ୍ତି । ମାସକ ମଧ୍ୟରେ ବଲାଙ୍ଗୀର ସହରର ରାଜୀବ ନଗର ସ୍ଥିତ ଶିଦ୍ଧେଶ୍ୱର ଓ ଶାନ୍ତିପଡା ସ୍ଥିତ ଚନ୍ଦ୍ର ଶେଖର ମହାଦେବ ମନ୍ଦିର ମଧ୍ୟରୁ ବଡଧରଣର ଚୋରୀ ହୋଇଯାଇଛି । ସହରରେ ନିଶା କାରବାର ମଧ୍ୟ ବୃଦ୍ଧି ପାଉଛି । ରୋଡ ରୋମିଓ ଓ ଅସାମାଜିକ ବ୍ୟକ୍ତି ମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ତୀବ୍ର ଗତିରେ ଚଳାଉଥିବା ବାଇକ୍କୁ ମଧ୍ୟ ପୋଲିସ ଧରିବାରେ ବିଫଳ ହେଉଛି । ରାସ୍ତା ଅବରୋଧ କରି ଟ୍ରାଫିକ ସମସ୍ୟା ସାଧାରଣ ସମସ୍ୟା ରୂପେ ପରିଣତ ହୋଇଗଲାଣି । ଫଳରେ ଯାତାୟତ କରିବାରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ଥିବା କେତେକ ଡିଭାଇଡର ସ୍ଥାନରେ ରମ୍ବଲରର୍ସ ର ମଧ୍ୟ ବ୍ୟବହାର କରୁ ନାହାନ୍ତି । ତେଣୁ ରାସ୍ତା ବୁଲି କରି ଅତିକ୍ରମ କରିବାରେ ମଧ୍ୟ ଅସୁବିଧା ହେଉଛି । ପୋଲିସ ପେଟ୍ରୋଲିଂ ମଧ୍ୟ କଡାକଡି ହୋଇ ପାରୁ ନାହିଁ । ଆଜି ଠାରୁ ସଜାଗ୍ ନ ହେଲେ ଆଗକୁ ଶାରଦୀୟ ପାର୍ବଣ ଓ ନବରାତ୍ର ପୂଜା ଯୋଗୁଁ ଜନସମାବେଶ ରେ ଘୋର ବିଶୃଙ୍ଖଳା ହୋଇ ଜନସାଧାରଣ ଅସୁବିଧା ସମ୍ମୁଖୀନ ହେବାର ସମ୍ଭାବନା ରହିଛି ବୋଲି ବଲାଙ୍ଗୀର ନାଗରିକ କମିଟିର ସଭାପତି ବେଲାରସିଂ ଭୋଇ ଓ ସାଧାରଣ ସଂପାଦଜ ମନୋରଂଜନ ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।