-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
17-Sep-2022
ବୌଦ୍ଧ (ହୃଦାନନ୍ଦ ମେହେର) ୯-୧୦ ବର୍ଷ ହେଲା ନିଖୋଜ ରହିଥିବା ମିଟୁ ପାଣ୍ଡେ ଶେଷରେ ନିଜ ଘରେ ପହଂଚିଲା । ମିଟୁ ପାଣ୍ଡେକୁ ଦେଖି ଖୁସିରେ ପରିବାର ଲୋକେ ଆତ୍ମହରା ହୋଇପଡିଥିବା ବେଳେ ଗ୍ରାମବାସୀମାନେ ସ୍ୱାଗତ କରିଥିଲେ । ମାନସିକ ବିକୃତି ଥିବା ମିଟୁ ପାଣ୍ଡେ ନିଶା ସେବନ କରି ଦିନ ସାରା ବୌଦ୍ଧ ବଜାରରେ ବୁଲୁଥିବା ବେଳେ ଉତ୍ସର୍ଗର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା ଠାବ କରିଥିଲେ । ଖୋଜାଖୋଜି କରି ତାଙ୍କ ପରିବାର ସହ ଯୋଗାଯୋଗ କରି ମିଟୁ ସଂପର୍କରେ ସୂଚନା ଦେଇଥିଲେ । ପରିବାର ଲୋକେ ଆସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗର ସଦସ୍ୟ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ନିଜ ଗ୍ରାମକୁ ସୁରକ୍ଷିତ ଭାବେ ଫେରିଥିଲେ ।