-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
17-Sep-2022
ସୁବର୍ଣ୍ଣପୁର(ମନୋରଂଜନ ତ୍ରିପାଠୀ) ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ରେ ଗତ କାଲି ସୋନପୁର ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକର ଯାଞ୍ଚ କରାଯାଇଛି l ଚଢ଼ାଉରେ ଜିଲ୍ଳା ଯୋଗାଣ ବିଭାଗ ର ଅଧିକାରୀ, କର୍ମଚାରୀ ସାମିଲ ରହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ପାଖରେ ଥିବା ସୁଶାନ୍ତ ହୋଟେଲ, ଗୋକର୍ନେଶ୍ୱର ପଡା ସ୍ଥିତ ମିଶ୍ର ହୋଟେଲ, କସ୍ତୁରୀ ହୋଟେଲ ରେ ଅଚାନକ ଚଢ଼ାଉ ପୂର୍ବକ ହୋଟେଲ ର ବିଭିନ୍ନ ବ୍ୟବସ୍ଥା ର ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ହୋଟେଲ ଗୁଡ଼ିକରୁ ବେନିୟମ ଭାବେ ବ୍ୟବହୃତ ୯ ଗୋଟି ଘରେଇ ଗ୍ୟାସ ସିଲିଣ୍ଡର ବ୍ୟାଜପ୍ତ କରାଯାଇଛି l ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ର ମାଲିକ, ହୋଟେଲ ଓ ରେସ୍ତୁରାଣ୍ଟସ ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ପରିସର, ପରିପାର୍ଶ୍ୱ ତଥା ଅନ୍ୟାନ୍ୟ ବ୍ୟବସ୍ଥା ର ସୁ ପରିଚାଳନା ତଥା ସୁବ୍ୟବସ୍ଥିତ କରି ଚଳାଇବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଉଛି l