-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
17-Sep-2022
ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୀର୍କେଲ ଗାଁ ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା l ଏହି ଗାଁ ର କିଛି ଅସାମାଜିକ ବ୍ୟକ୍ତି ବୀରକେଲ ପ୍ରକଲ୍ପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସାମ୍ନା ପଟ
ଗେଟ୍ କୁ ଭାଙ୍ଗି ଦେଇଛନ୍ତି l ଆଜି ଶନିବାର ସକାଳୁଆ ସ୍କୁଲ ହୋଇଥିବା ଯୋଗୁଁ ସ୍କୁଲ ଖୋଲିବା ପରେ ଏସ୍ ଏମ୍ ସି କମିଟିର ଚେୟାରମେନ ଓ ଅନ୍ୟ ସଭ୍ଯ ମାନେ ସକଲ ପ୍ରାୟ ୬
ଟା ୧୫ ମିନିଟ୍ ସମୟରେ ପ୍ରଥମ ରେ ସ୍କୁଲ ଗେଟ୍ ନାମ ଫଳକ ଭାଙ୍ଗି ଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ l ସ୍କୁଲ ଗେଟ୍ କୁ କେଉଁ ମାନେ ତଥା କେଉଁ କାରଣରୁ ଭାଙ୍ଗି ଛନ୍ତି, ତାର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ l ଏ ସଂକ୍ରାନ୍ତରେ ଲୋଇସିଂହା ଥାନାରେ ଗ୍ରାମବାସୀ ଓ ସ୍କୁଲ କମିଟି ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି