-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
16-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଅଧ ରାତିରେ ଚାଲି ଚାଲି ଆସୁଥିବା ଚିହ୍ନା ପରିଚୟ ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ବାହାନା କରି ତାଙ୍କୁ ମାଡମାରି ୨୦ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗରେ ସଂଶ୍ଳିଷ୍ଟ ୨ଅଭିଯୁକ୍ତ ଜେଲ ଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଯୋଗ୍ୟ ଯେ ସୋମବାର ରାତି ପ୍ରାୟ ଏଗାରଟା ସମୟରେ ବିନିକା ଥାନା ଶଙ୍କରା ଗ୍ରାମର ଦଶରଥ ହରିପାଲ ରାମପୁର ପଟରୁ ଚାଲି ଚାଲି ଆସୁଥିଲେ ।ଠିକ କମିରା ଛକ ନିକଟରେ ସେହି ଗ୍ରାମର ବବୁନ ମିଶ୍ର(୨୪) ଓ ଦୀପକ ଚୌଧୁରୀ(୩୬) ଏକ ବାଇକରେ ଆସି ଚିହ୍ନା ପରିଚୟ ଦଶରଥକୁ ଘରେ ଛାଡ଼ିଦେବା ପାଇଁ କହି ଗାଡ଼ିରେ ବସାଇଥିଲେ ।ପରେ କିଛି ଦୂର ଗଲାପରେ ଦଶରଥକୁ ସେମାନେ ମାଡ଼ ମାରି ତା ଠାରୁ ୨୦ହଜାର ୫ ଶହ ଟଙ୍କା ଛଡ଼ାଇ ଫେରାର ହୋଇ ଯାଇଥିବା ବେଳେ ଦଶରଥ ପ୍ରାଣ ବିକଳରେ ଦୋୖଡି ଦୋୖଡି ନିଜ ଭାଣୀଜି ଘର ଶିଂହିଯୁବାକୁ ଚାଲି ଆସିଥିଲା ।ଗ୍ରାମରେ ଏହି ଘଟଣା ପ୍ରଘଟ ହେବାପରେ ଦଶରଥ ଗ୍ରାମର ଭଦ୍ରବ୍ୟକ୍ତି,ସରପଞ୍ଚ,ୱାର୍ଡ ମେମ୍ବରଙ୍କୁ ଜଣାଇଥିଲେ ।ପରେ ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାକୁ ଗୁରୁତର ସହିତ ନେଇ ଲୁଟେରାଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।ଆଜି ସକାଳେ ଉଭୟ ଅଭିଯୁକ୍ତଙ୍କୁ ବିନିକା କୋର୍ଟକୁ ଚାଲାଣ କରାଯାଇଥିଲା ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ସୋନପୁର ବିଚାର ବିଭାଗୀୟ ହାଜତକୁ ପଠାଯାଇଛି |