-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
16-Sep-2022
ଦେଓଗାଁ(ସୁଶିଲ ନାଗ ଙ୍କ ରିପୋର୍ଟ) : ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଦେଓଗାଁ ବ୍ଲକ ର ଅନେକ ଦାବୀ କୁ ନେଇ ପ୍ରଧାନ ମାନ୍ତ୍ରି ଆବାସ ହେଉ , କି ବିଜୁ ପକ୍କା ଘର ହେଉ ଏ ଉପରେ ଲୋକଙ୍କୁ ମିଳିବାରେ ଅନିୟମିତତା ହେଉଛି ପାଇବା ଯୋଗ୍ୟା ହିତାଧିକାରୀ ଦୀର୍ଘ ଦିନଧରି ହେଲା ଲୋକ ପାଇନାହାନ୍ତି ଅପେକ୍ଷା କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ମିଳିପାରିନାହିଁ । ପାଇବା ଯୋଗ୍ୟ ଲୋକ ପାଉନାହାନ୍ତି ଯାହାଫଳରେ ଅଶାନ୍ତି ସୃଷ୍ଟି ହେଉଛି । ଏପଟେ ହିତାଧିକାରି , ଠିକ୍ ସମୟରେ ଭତ୍ତା ପାଉ ନାହାଁନ୍ତି । ଏବଂ ଯେଊ ବୃଦ୍ଧ ବ୍ୟକ୍ତି ଭତ୍ତା ପାଉଛନ୍ତି ବ୍ୟାଙ୍କ୍ ମାଧ୍ୟମ ରେ ତାଙ୍କୁ ବ୍ୟାଙ୍କଙ୍କୁ ଯାଇ ଭତ୍ତା ଉଠାଇବା ଭାରି କଷ୍ଟ ହେଉଛି ତେଣୁ ବର୍ଦ୍ଧକ୍ୟ ଭତ୍ତା ସ୍ୱହସ୍ତରେ ଦେଳେ ସେମାନେ କଷ୍ଟ ପାଇବାରୁ ବଞ୍ଚିତ ହେବେ । ଏବଂ କିଛି ଭତା ପାଇବା ଯୋଗ୍ୟ ବ୍ୟକ୍ତି ମଧ୍ଯ ଭତା ପାଉନାହାନ୍ତି ବର୍ଷ ବର୍ଷ ଲାଗିଯାଉଛି ମୃତ୍ୟୁ ହେଇଯାଉଛି ଟାର୍ଗେଟ ଅଭାବରୁ ତେଣୁ ଭତ୍ତା ଟାର୍ଗେଟ ବଢ଼ାଯାଉ ଏବଂ ପାଇବା ଯୋଗ୍ୟା ହିତାଧିକାରୀ ଙ୍କୁ ଭତ୍ତା ଦିଆଯାଉ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ଦାବି କରୁଛି ବୋଲି ଶ୍ରୀ ପାଣ୍ଡେ ଦେଓଗାଁ ବି ଡି ଓ ଶ୍ରୀ ଭୋଇଙ୍କୁ କହିଥିଲେ ଏବଂ ବି ଡି ଓ ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇଥିଲେ । ବି ଡି ଓ ସମସ୍ୟାର ସମାଧାନ କରିବୁ କହିଥିଲେ ଏବଂ ବି ଡି ଓ ଶ୍ରୀ ଭୋଇ ଏସ୍ ସି ଓ ଙ୍କୁ ଡାକି ଭତ୍ତା କଥା ତୁରଂତ ବୁଝାଜିବ ଏବଂ କରାଯିବ ବୋଲି । ଏହି କାର୍ଯ୍ୟକ୍ରମରେ ଆପ୍ ର ଅମନ୍ ମହାପାତ୍ର, ଆପ ର ବରିଷ୍ଟ ନେତା ଛାଲୁ ଷଣ୍ଢ, ରାଧେ ସାହୁ, ବିର୍ବଲ୍ ଶା, ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଏବଂ ଭତ୍ତା ଏବଂ ଘର୍ ନପାଇଥିବା ପାଇବାର ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।