-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
13-Sep-2022
ବଲାଙ୍ଗିର(ପ୍ରେରଣା ଖବର): ଓଡିଶା ଏଥଲେଟିକ୍ ଏସୋସିଏସନ୍ର ସହ ସଂପାଦକ ଭାବେ ବଲାଙ୍ଗିରର ପୂର୍ବତନ କ୍ରିଡାବିତ ତଥା ଜିଲ୍ଲା କ୍ରିଡା ସଂସଦର ସଦସ୍ୟ ବିଭୂତି ଭୂଷଣ ପଣ୍ଡା ନିର୍ବାଚିତ ହୋଇଛନ୍ତି । ଗତ ୧୧ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମ ପରିଷରେ ଅନୁଷ୍ଠିତ ଓଡିଶା ଏଥଲେଟିକ୍ ଏସୋସିଏସନ୍ର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଶ୍ରୀ ପଣ୍ଡାଙ୍କୁ ସହ ସଂପାଦକ ଭାବରେ ଚୟନ କରାଯାଇଥିଲା । ସେ
ଲଗାତାର ଭାବରେ ତିନିଥର ହେଲା ସହ ସଂପାଦକ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି । ଏନେଇ ଜିଲ୍ଲା ଏଥଲେଟିକ୍ ଏସୋସିଏସନ୍ର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରୀ ନାରାୟଣ ପୁଝାରୀ, ପୂର୍ବତନ ସାଧାରଣ ସଂପାଦକ ଶତୃଘ୍ନ ସିଂହଙ୍କ ସମେତ ସମସ୍ତ ସଦସ୍ୟ ଶ୍ରୀ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡିଶା ଏଥଲେଟିକ୍ ଏସୋସିଏସନ୍ର ସଂପାଦକ ଆର୍ଶିବାଦ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଯେ, ଶ୍ରୀ ପଣ୍ଡା ବିଭିନ୍ନ କ୍ରିଡାକ୍ଷେତ୍ରରେ ବଲାଙ୍ଗିର ଜିଲା ପକ୍ଷରୁ ପ୍ରତିନିଧିତ୍ୱ କରିସାରି ଥିବା ବେଳେ ବର୍ତମାନ ସେ ଜିଲ୍ଲା ଏଥଲେଟିକ୍ ଏସୋସିଏସନ୍ରେ କ୍ରିଡା ସଂପାଦକର ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କର ଏହି ସଫଳତାରେ ବଲାଙ୍ଗିର ସହରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।