-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
13-Sep-2022
ବଲଙ୍ଗୀର(ପ୍ରେରଣା ଖବର): ଆଜି ବଲାଙ୍ଗୀର ସଦର ବ୍ଲକ କୁଡାସିଂହା ପଂଚାୟତ ଠାରେ ନୂଅଁଖ।।ଇ ଜୁାହର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ଗ୍ରାମବାସୀଙ୍କ ସହ ଗାଁ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଗାଁ ର ବୁଢ଼ାଡଙ୍କର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରାଜ୍ୟ ସଭା ସାଂସଦଙ୍କୁ ଅନୁରୋଧ କରାଯାଇଥିଲା । ଶିକ୍ଷାର ଉନ୍ନତି ପାଉଇଁ କୁଡାସିଂହା ଗାଁ ରେ ଏକ + ୩ କଲେଜ ସ୍ଥାପନ କରିବା ପାଇଁ ଶ୍ରୀ ବିଶି ପ୍ରତିଶୃତି ଦେଇଛନ୍ତି । ଏଥିସହ କୁଡାସିଂହା ଚିକଲବାହାଲ ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରାଜ୍ୟ ସଭା ସଂସଦଙ୍କୁ ଅନୁରୋଧ କରାଯାଇଥିଲା । ଏହି ନୂଆଁଖାଇ ଜୁହାରଭେଟ୍ କାର୍ଯ୍ୟକ୍ରମରେ ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, କୁଡାସିଂହା ପଂଚାୟତର ସରପଂଚ ଜ୍ୟୋସ୍ନାରାଣୀ ସାହୁ, ବୁଢ଼ାଡଙ୍କର କଲେଜର ଅଧ୍ୟକ୍ଷ ଛବିଳ ବଗର୍ତ୍ତି, ଅକ୍ଷୟ କୁମାର ଚୌଧୁରୀ, କୁଡାସିଂହା ଗାଁ ର ଗୌନ୍ତିଆ ଉମାକାନ୍ତ ଝାଙ୍କର, କୁଡାସିଂହା ସମିତି ସଭ୍ୟ କାମିନୀ ପଟେଲ, ଗୋଲାପ ବାଗ ଓ ନିମାଇଁ ଝାଙ୍କର ପ୍ରମୁଖ ଯୋଗ ଦେଇ କୁଡାସିଂହା ଗାଁ ର ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ କମନା କରିଥିଲେ ।