-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
13-Sep-2022
ବଲାଙ୍ଗିର / ମାନବିକତା ହରାଇଲେ ଦୁଇ ସାଙ୍ଗ l ବାଇକ୍ ରୁ ପଡି ଆହାତ ହୋଇଥିବା ଜାଣି ସୁଦ୍ଧା ହସ୍ପିଟାଲ ରେ ଭର୍ତି କରି ଫେରାର୍ ହୋଇଯାଇଥିଲେ ଦୁଇ ସାଙ୍ଗ l ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ବଇଁରାଶର୍ ଗାଁ ମୁଖ୍ୟ ରାସ୍ତାରେ l ସୂଚନାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ବେଲପଡ଼ା ବ୍ଲକ ବାଲି ପଦର ଗାଁ ର ତିନି ଜଣ ସାଙ୍ଗ ଏକ ମୋଟର ସାଇକେଲ ଯୋଗେ ସୋନପୁର ରୁ ବଲାଙ୍ଗିର ଯାଉଥିଲେ l ତେବେ ବଇଁରାଶର୍ ଗାଁ ମୁଖ୍ୟ ରାସ୍ତାରେ ଏକ୍ ହମ୍ପସ୍ ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ବାଇକ୍ ରେ ବସିଥିବା କାଦର୍ ଖାଁ ଗୁରୁତର ଆହାତ ହୋଇଥିଲେ l ସବୁଠାରୁ ବଡ଼ କଥା ହେଲା, ନିଜ ସାଙ୍ଗକୁ ବିପଦ ସମୟରେ ସାହାଯ୍ୟ ସହଯୋଗ କରିବା ବଦଳରେ ଆଉ ଦୁଇ ସଙ୍ଗ କାଦର୍ କୁ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜ ଓ ହସ୍ପିଟାଲ ରେ ଭର୍ତି କରି ଦେଇ କେଉଁ ଆଡ଼େ ଉଭାନ୍ ହୋଇଯାଇଛନ୍ତି l