-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
12-Sep-2022
ବଲାଙ୍ଗିର,ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍ଘାଟ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ରଙ୍କ ଆବାହକତ୍ୱରେ ତଥା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ବିଧାୟିକ ତଥା ବାଣିଜ୍ୟ, ଜଳସଂପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ଅନ୍ୟତମ ଅତିଥି ଭାବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ରାଜ୍ୟ ସଭା ସାଂସଦ ନିରଂଜନ ବିଶି, ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା, ବଲାଙ୍ଗର ଏସ୍ପି ନିତୀନ କୁଶଲକର, ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତରୀୟ ଓମାନପତ୍ର ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । ମଳୟାନନ୍ଦ ତ୍ରିପାଠୀ ମାନପତ୍ର ପାଠ କରିଥିଲେ । ପ୍ରାୟ ୫ଠରୁ ଅଧିକ କୌତୁକ ପୋଷାକ ପିନ୍ଧି ଅଭିନୟ କରିଥିବା ଶିଶୁ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ସାନବଡ ଙ୍କ ଢ଼ୁଡକା, ଲୋଇସିଂହାର ସଙ୍ଗୀତ ସାଧାନା ଗୃପ୍ ଓ ପୁଇଁନ୍ତଳାର ଢ଼ୋଲ ମୁହରୀ ସଂଗଠନର କଳା ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖଣାହାରୀଙ୍କ ମନ ମୋହିଥିଲା । ସମସ୍ତ କାର୍ଯ୍ୟକ୍ରମକୁ କବି ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିଲେ । ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କଳାକାର ଓ ସଂସ୍କୃତପ୍ରେମୀ ମାନେ ଯୋଗ ଦେଇଥିଲେ ।