-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
12-Sep-2022
ସୋନପୁର(ମନୋରଂଜନ ତ୍ରିପାଠୀ)-ସୁବର୍ଣ୍ଣପୁର ଜିଲ୍ଲା ଅଣଗେଜେଟେଡ ପ୍ରାଣୀଚିକିତ୍ସା ବୈଷୟୀକ କର୍ମଚାରୀ ସଂଘର ୭ମ ତ୍ରୟୋବାର୍ଷିକ ସାଧାରଣ ଅଧିବେସନ ଓ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ କର୍ମଚାରୀ ସମନ୍ୱୟ ସମିତି କମ୍ୟୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ସୁରେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଓ ଲଳିତ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେସନରେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ମୁଖ୍ୟପ୍ରାଣୀ ଚିକିତ୍ସାଅଧିକାରୀ ଡ.ଅନନ୍ତପ୍ରସାଦ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଉପଖଣ୍ଡ ପ୍ରାଣିଚିକିତ୍ସା ଅଧିକାରୀ ଡ.ଅଶେଷ କର, ସୋନପୁର ପ୍ରାଣିଚିକିତ୍ସାଳୟର ଉପନିର୍ଦ୍ଦେଶକ ଡ.ରମେଶଚନ୍ଦ୍ର ପଧାନ, ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡ.ହିମାଁଶୁ ଶେଖର ମହନ୍ତ,ରାଜ୍ୟ ଅଣଗେଜେଟେଡ ପ୍ରାଣୀଚିକିତ୍ସା ବୈଷୟୀକ କର୍ମଚାରୀ ସଂଘର ପ୍ରତିନିଧି ପୁରୀ ଜିଲ୍ଲାର ସଭାପତି ଲଲାଟେନ୍ଦୁ ଦଳାଇ,ସୁବର୍ଣ୍ଣପୁର ଜିଲ୍ଲାସଂଘର ପୂର୍ବତନ ସଭାପତି ଦେବକିଶୋର ଦାନୀ ଓ ମୁଖ୍ୟବକ୍ତା ଭାବରେ ସମନ୍ୱୟ ସମିତିର ସଂପାଦକ ଚିତ୍ତରଂଜନ ତରାସିଆ ଯୋଗଦେଇଥିଲେ । ଜିଲ୍ଲା ସଂଘର ସଂପାଦକ ଅଶ୍ୱନୀ ପୁରୋହିତ ସଂପାଦକୀୟ ବିବରଣୀ ପାଠ କରିବା ସଙ୍ଗେସଙ୍ଗେ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ବଲାଙ୍ଗୀର, ବୌଦ୍ଧ, ନୟାଗଡ, ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ସୁବର୍ଣ୍ଣପୁର ଜିଲ୍ଲା ସଂଘ ରାଜ୍ୟସଂଘକୁ ଦିଗଦର୍ଶନ ଦେବା ସହିତ ଏକ ଆଦର୍ଶ ସଂଗଠନରେ ପରିଣତ ହୋଇଥିବା କହିଥିଲେ । ଦ୍ୱିତୀୟ ଅଧିବେସନରେ ଆଗାମୀ ୩ବର୍ଷ ପାଇଁ ଜିଲ୍ଲାସଂଘର ନୂତନକର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ସୁରେନ୍ଦ୍ର କୁମାର ମେହେର,ଉପସଭାପତି ଭାବରେ ଶ୍ୟାମଲାଲ ନାଗ, ସଂପାଦକ ଭାବରେ ସୁଶୀଳକୁମାର ପଣ୍ଡା, କୋଷାଧ୍ୟକ୍ଷ ଭାବରେ ଲଳିତ କୁମାର ମେହେର ଓ ସଂଗଠନ ସଂପାଦକ ଭାବରେ ଅଶ୍ୱିନୀ ପୁରୋହିତ ପ୍ରମୁଖ ମନୋନିତ ହୋଇଥିଲେ । ପ୍ରଦୀପ କୁମାର ନାଏକବୀରମହାରାଜପୁର ଓ ପ୍ରମୋଦ କୁମାର ମେହେର ସୋନପୁର ଉପଖଣ୍ଡ ପାଇଁ ବୁଥଲିଡର ମନୋନୀତ ହୋଇଥିଲେ ।