-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
12-Sep-2022
ବଲାଙ୍ଗୀର: ଆଜି ସଂଧ୍ୟା ପ୍ରାୟ ୬ ଟା ସମୟରେ ଜଣେ ବ୍ୟକ୍ତି ବାଇକ୍ ରେ କଫ୍ସିରଫ ଚୋରା ଚଲାଣ କରୁଥିବା ବେଳେ ବଲାଙ୍ଗୀର ଅବକାରୀ ବିଭାଗ କଫ୍ ସିରଫ୍ ବେପାରିଙ୍କୁ ଗିରଫ୍ କରିଛି । ଅବକାରୀ ବିଭାଗର ସୂଚନା ମୁତାବକ ସୁଦର୍ଶନ ନାଏକ ନାମକ ଜଣେ ଯୁବକ ଏକ ବାଇକ୍ରେ ପ୍ରାୟ ୧୨ଠବୋତଲ କଫ୍ ସିରଫ୍ ଧରି ବଲାଙ୍ଗୀର ପଟରୁ ଚୁଡାପାଲି ଗାଁ କୁ ଯାଉଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କଫ୍ ସିରଫ୍ ବେପାରୀ ସୁଦର୍ଶନକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛକ ଠାରେ ଆଗରୁ ଛକି ବସିଥିବା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କାବୁ କରିନେଇଥିଲେ ।ସୁଦର୍ଶନଙ୍କ ଠାରୁ ଏକ ବାଇକ୍ ସହ ୧୨ଠ ବୋତଲ କଫସିରଫ୍ ଜବତ କରାଯାଇଛି । ସୁଦର୍ଶନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ।