-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
11-Sep-2022
ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ସହର କୁ ସ୍ୱଚ୍ଛ ସୁନ୍ଦର ଓ ପଲିଥିନ ମୁକ୍ତ କରିବାକୁ ଅଣ୍ଟା ଭିଡିଛି ଅଗ୍ରଣୀ ସ୍ୱଚ୍ଛ ଭାରତ ସଂଗଠନ l ଏବଂ ଦୀର୍ଘ ବର୍ଷ ରୁ ତେଲ ନଦୀ, ମହାନଦୀ, ମେଡିକାଲ, ବିଭିନ୍ନ ସ୍କୁଲ କଲେଜ, ରାସ୍ତା ଘାଟ ଓ ବିଶେଷ କରି ସମସ୍ତ ମନ୍ଦିର ପର୍ଯ୍ୟଟନ କ୍ଷେତ୍ର ମାନଙ୍କ ରେ ସ୍ୱଚ୍ଛତା କାର୍ଯ୍ୟ ସହିତ ପଲିଥିନ ସବୁକୁ ଗୋଟାଇ ସହର କୁ ସ୍ୱଚ୍ଛ ରଖିବାକୁ ଓ ପଲିଥିନ ର ଅପ ବ୍ୟବହାର ରୋକିବାକୁ ଜନସାଧାରଣ ଙ୍କୁ ଏ ମାଧ୍ୟମ ରେ ସଚେତନତା ବାର୍ତ୍ତା ଦେଉଛନ୍ତି l ଆଜି ସହର ର ବାଲାଜୀ ହନୁମାନ ମନ୍ଦିର ରେ ସ୍ୱଚ୍ଛ ଭାରତ ପକ୍ଷରୁ ପଲିଥିନ ମୁକ୍ତ ଅଭିଯାନ କରାଯାଇ ଚାରି ବସ୍ତା ପଲିଥିନ ଗୋଟା ଯାଇଛି l ବିଗତ ମାସରେ ସୁବର୍ଣ୍ଣପୁର ଏସପି ଙ୍କ ନେତୃତ୍ବ ରେ ସୋନପୁର ପୋଲିସ, ସ୍ୱଚ୍ଛ ଭାରତ ଓ ସହର ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ସହଯୋଗ ରେ ସହର ର ବୁଢାରଜା ଛକ ରୁ କଚେରୀ ଛକ ଯାଏ ଶହ ଶହ ବସ୍ତା ପଲିଥିନ ଓ ଅଳିଆ ଆବର୍ଜନା କୁ ସଫା କରାଯାଇ ଏକ ମେଗା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା l ପ୍ରକାଶ ଥାଉ କି ଯେ ସୁବର୍ଣ୍ଣପୁର ପୌର ପ୍ରଶାସନ ର ଭିଜନ କ୍ଲିନ ସୋନପୁର ଅଭିଯାନ କେବଳ ମିଟିଙ୍ଗ ଇଟିଙ୍ଗ ଓ କାଗଜ ପତ୍ର ରେ କ୍ଲୋଜିଙ୍ଗ ହୋଇ ସମ୍ପୂର୍ଣ ଫେଲ ମାରିଥିବା ଦେଖା ଦେଇଛି l ତାକୁ କିନ୍ତୁ କାର୍ଯ୍ୟ ରେ ପରିଣତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସହର ର କିଛି ସ୍ବେଛାସେବୀ ଅନୁଷ୍ଠାନ ଓ ସଚେତନ ନାଗରିକ l ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଓ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ଶ୍ରୀବତ୍ସ ମଲ୍ଲିକ, ବିନୋଦ ମେହେର, ଙ୍କ ପରାମର୍ଶ ରେ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଏବଂ ଉପଦେଷ୍ଟା ଗରିବ ଲୋଇ, ଅଶୋକ ହୋତା, ରାମ ଚନ୍ଦ୍ର ଅଗ୍ରୱାଲା, ଗଣେଶ ମିଶ୍ର, ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, ଲଡ଼ୁ କିଶୋର ମଲ୍ଲିକ, ପ୍ରଦ୍ୟୁମ୍ନ ପଟେଲ, ମନୋଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଡା, ସୁନୀଲ ମହାପାତ୍ର, ଅନନ୍ତ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ବିଶି, ସୌରଭ ଖମାରି, , ଅଭିମନ୍ୟୁ କୁଶଳ, ଦିଲ୍ଲୀପ ଭୁକ୍ତା,ସିମାଞ୍ଚଳ ହୋତା, କାନ୍ହୁ ସାହୁ, ରୋମୁ ତିୱାର, ଜୟ ନାରାୟଣ ସାହୁ, ପ୍ରମୋଦ ମାହାନା, ତରଣୀ ମେହେର, ପ୍ରମୋଦ କୁମାର ସାହୁ, ପ୍ରଫୁଲ୍ଲ ନାଏକ, ନାରାୟଣ ରଥ, ପ୍ରତାପ ଦାଶ, ସଂଗୀତା ନାଏକ, ଜୟନାରାୟଣ ସାହୁ, ଡା, ସରୋଜ ପଟେଲ, ସୁଶାନ୍ତ ସାହୁ, ଜୟନ୍ତ ବେହେରା, ବୃନ୍ଦାବନ ରଥ, ଜୟନ୍ତୀ ରଥ, ପ୍ରହଲ୍ଲାଦ ମିଶ୍ର, ଅମର ଭୁତ, ତ୍ରିଲୋଚନ ତରିଆ, ଚୌଧୀରି ବିଭାର, କ୍ରିଷ୍ନା ମେହେର, ପ୍ରମୁଖ ସମସ୍ତ ସଭ୍ୟ ଙ୍କ ସହଯୋଗ ରେ ସୋନପୁର ମନମୁଣ୍ଡା ଉଭୟ ସହର ରେ ସଫେଇ ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ କରାଯାଉଛି l