-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
11-Sep-2022
ନାକଟିଦେଉଳ(କନ୍ଦର୍ପ ବେହେରା) କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ,ଦିଲ୍ଲୀ ଓ ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ର ମିଳିତ ସହଯୋଗ ରେ ସାହିତ୍ୟ ଭିତ୍ତିକ ଗ୍ରାମାଲୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଏକାଡେମୀ ର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତଥା ସମ୍ବଲପୁର୍ ନେତାଜୀ ସୁଭାଷ ଵୋଷ୍ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ପ୍ରାଧ୍ୟାପକ ଡ ଶ୍ୟାମ ଭୋଇ କହିଥିଲେ ଯେ ପଲ୍ଲୀ ର ସାହିତ୍ୟିକଙ୍କୁ ଦିଲ୍ଲୀ ସହିତ ଜୋଡିବା ହେଉଛି ସାହିତ୍ୟ ଏକାଡେ଼ମୀ ଦ୍ଵାରା ପ୍ରାୟୋଜିତ ଗ୍ରାମାଲୋକ ର ଆଭିମୁଖ୍ୟ ଅଟେ । ମୁଖ୍ୟ ଅତିଥି ଭାବରେ ସ୍ନାତକ ମହାଵିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁଧୀର କୁମାର ସାହୁ ମତ ଦେଇଥିଲେ ଯେ ମାତୃଭୂମି ର ବିକାଶ ରେ ସାହିତ୍ୟ ର ଭୂମିକା ରହିଛି ।ନିମନ୍ତ୍ରିତ ଗାଳ୍ପିକ କନ୍ଦର୍ପ ଵେହେରା "ସ୍ଵପ୍ନା ର ସ୍ବପ୍ନପୁରୀ" ଓ ସନ୍ତୋଷ ରଥ "ଦାରୁଦେବତା" ଗପ ପାଠ କରିଥିଲେ ।ନିମନ୍ତ୍ରିତ କବି ହରିହର ସାହୁ "ମେହେର ତୁମେ ଗଙ୍ଗାଧର" , ଗୀତାରାଣୀ ସାହୁଙ୍କ " ଶୈଶବ" ଓ ଆର୍ ପୃଷ୍ପାଞଳି ଙ୍କ "ସନ୍ଧାନୀ" କବିତା ପାଠ କରିଥିଲେ ।ଡ଼ ଦୀପେନ୍ କୁମାର ପଟ୍ଟନାୟକ ଙ୍କ ପରିଚାଳନା ରେ ଆୟୋଜିତ କବିତା ପାଠୋତ୍ସବ ରେ ପ୍ରଦୀପ ବିଶ୍ଵାଳ, ଶେଷଦେଵ ଵିଶ୍ଵାଳ, ବିନୋଦ ଵିହାରୀ ପ୍ରଧାନ୍,ବିଜୟ ସାହୁ,କ୍ଷମାନିଧି ଵେହେରା, ଦେଵାଶିଷ ଦାସ୍ ଓ ଶୋଭନ୍ ଵେହେରା ପ୍ରମୁଖ ସ୍ଵରଚିତ କଵିତା ପାଠ କରିଥିଲେ । ହିକପାଲି ଗ୍ରାମ ର ଲିଙ୍ଗରାଜ ସାହୁ ଓ ଭାବଗ୍ରାହୀ ଷଣ୍ଢ ଦାସକାଠିଆ ପରିଵେଷଣ କରିଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ସୁଚିତ୍ରା ସାହିତ୍ୟ ପତ୍ରିକାର ବର୍ଷା ସଂଖ୍ୟା ଉନ୍ମୋଚିତ ହୋଇଥିଲା ।ମହାଵିଦ୍ୟାଳୟ ର ଛାତ୍ରୀ ପିଙ୍କି ସାହୁ, ସିପ୍ରା ସାହୁ,ପଙ୍କଜିନି ବେହେରା, ଅପରାଜିତା ସାହୁ, ରବିବାରୀ ମେଣ୍ଡୁଳି, ତପସ୍ଵିନୀ ବାଘ,ପ୍ରୀତି ପ୍ରଜ୍ଞା ନନ୍ଦ,କରିସ୍ମା, ଆଭାଶ୍ରୀ ଓ ଵର୍ଷା ନୃତ୍ୟ ପରିବେଷଣ କରିଥିଲେ । ଅଧ୍ୟାପକ ଶ୍ରୀ ଦେଵେଶ୍ ଵିଶ୍ଵାଳ ଧନ୍ୟଵାଦ ଅର୍ପଣ କରିଥିଲେ ।