-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
11-Sep-2022
ବରଗଡ:-ବରଗଡ ଜିଲ୍ଲା ର ଗୋଟାଏ ମାତ୍ର ବିଜେପୁର ଠାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ତିନିଦିନ ବ୍ୟାପି ଅନନ୍ତ ବ୍ରତ ମହୋତ୍ସବ ପାଳନ ଅବସରରେ ଆଜି ପୁଣି ହଠାତ୍ ବରଗଡ ରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଏକ ଟିମ୍ ସହ ହଠାତ୍ ଆସି ବିଜେପୁର ଥାନାରେ ପହଞ୍ଚି ଥାନା ଅଧିକାରୀ ସନୟ କୁମାର ନାଏକ ଙ୍କ ସହାୟତା ପାଇଁ ଏକ ବୈଠକ ବସିଥିଲେ ଏହି ବୈଠକ ରେ ବିଜେପୁର ତହସିଲଦାର ଆର୍ତ୍ତତ୍ରାଣ ଥାଟ୍ଟି,ଥାନାଧିକାରୀ ସନୟ କୁମାର ନାଏକ,ବରଗଡ ରୁ ଆସିଥିବା ଖାଦ୍ୟ ସୁରକ୍ଷା ଟିମ ର ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ୱର ନାଏକ,ସେନିଟାରୀ ଇନେସପେକ୍ଟର ତେଜଭାନୁ
ସାହୁ,ସ୍ୱାସ୍ଥ୍ୟ ପରିଦର୍ଶକ ସୁଦନ ସେଟ, ରୁଦ୍ରଦେବ ଡନସନା,ଦିପକ ରଞ୍ଜନ ସାହୁ,ଜୟଦେବ ଦାଶ।ଥାନା ଅଧିକାରୀ ଶ୍ରୀ ନାଏକ ଏଏସଆଇ ଟଙ୍କଧର ବରିହା,ବିଦେଶୀ ପ୍ରଧାନ,ପିତାମ୍ବର ବେହେରା,କନଷ୍ଟେବଳ ଅନୀତା ଗଡତିଆ ଙ୍କୁ ନେଇ ଏକ ଟିମ ଗଠନ କରି ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ଟିମ ସହ ବିଭିନ୍ନ ସ୍ଥାନରେ ଥିବା ଦୋକାନୀ ମାନଙ୍କ ଦୋକାନ କୁ ଯାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ଭାବେ ଥାନା ଅଧିକାରୀ ଶ୍ରୀ ନାଏକ ସହଯୋଗ କରିଥିବାରୁ ବରଗଡ ଖାଦ୍ୟ ସୁରକ୍ଷା ଟିମ ଧନ୍ୟବାଦ ଜଣାଇବା ସାଙ୍ଗକୁ ଜନସାଧାରଣ ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟ କୁ ବେଶ ପ୍ରଶଂସା କରନ୍ତି ।