-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
11-Sep-2022
ବୌଦ୍ଧ /ମନମୁଣ୍ଡ।(ହୃଦାନନ୍ଦ ମେହେର) - ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଥାନା ମନମୁଣ୍ଡା ଏନ୍ ଏଚ୍ ୫୭ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ ଡିଜାର କାର ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି କୁ ପିଛା କରି ଅଟକାଇ ଥିଲା। ଗାଡି ଟିକୁ ତନାଖି କରିବାରୁ ବିପୁଳ
ପରିମାଣରେ କଫ ସିରଫ ଓ ଟେବ୍ଲେଟ ଥିଲା, ।ପୋଲିସ କଫ ସିରଫ ର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡା ର ଜଗବନ୍ଧୁ ମେହେର [୩୩] ଦେଇପାରି ନ ଥିଲେ ।ତେବେ କଫସିରବ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮୵୨୨ Act ୨୭୩,୨୭୪,୨୭୫, ରେ ମାମଲା ରୁଜୁ କରି କଫସିରବ ଓ ଗାଡି କୁ ଜବତ କରିବା ସମେତ ଜଗବନ୍ଧୁ ମେହେର ଙ୍କୁ କୋଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।