-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
11-Sep-2022
ବଲାଙ୍ଗୀର/ଟିଟିଲାଗଡ(ସନ୍ତୋଷ କୁମାର ନାଏକ): ସ୍ଥାନୀୟ ଓକିଲ ସଂଘ ତରଫରୁ ଟିଟିଲାଗଡ଼ରେ ସାଧାରଣ ଲୋକେ କିପରି ଚିକିତ୍ସା ସେବା ପାଇପାରିବେ ସେ ନେଇ ଏକ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ଥିଲା । ଏହି ଅଞ୍ଚଳରେ ସାଧାରଣ ଲୋକେ ନିଜେ କେଉଁ କାରଣରୁ ତାଙ୍କୁ
କେଉଁ ରୋଗ ରେ ଗୁରୁତର ହେଉଛନ୍ତି ସେ ନେଇ ସେମାନେ ଜାଣି ପାରୁ ନାହାଁନ୍ତି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ରେ କିପରି ସଚେତନ ହୋଇ ଉପକୁକ୍ତ ଚିକିତ୍ସା ସେବା ମିଳିବ ସେ ନେଇ ଏକ ମାଗଣା ଚିକିତ୍ସା ଶିବିର ତଥା ମାଗଣା ରେ ବିଭିନ୍ନ ପ୍ରକାର ପରୀକ୍ଷା ବ୍ୟବସ୍ଥା କରାଯାଇ ଥିଲା । ସ୍ବାସ୍ଥ୍ୟ ଚିକିତ୍ସା ଶିବିର ରେ ଦାୟିତ୍ୱ ନେଇ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଥିବା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା ।