-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
11-Sep-2022
ପଦ୍ମପୁର: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,cପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିରର ବଗିଚା ପରିସରରେ ବକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସମାଜସେବୀ ନିରୋଜ ଦୋରା, ସଭାପତି ପୃଥିରାଜ ସାହୁ, ସମ୍ପାଦକ
ଜନକଲାଲ ମେହେର , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ପ୍ରମୁଖ ଉପସ୍ଥିତ ରହି ବଗିଚାର ସୌନ୍ଦର୍ଯ୍ୟକରଣ ଉପରେ ଆଲୋକପାତ କରିବା ସହ ବୃକ୍ଷରୋପଣ ନିତାନ୍ତ ଜରୁରୀ ପୁନଶ୍ଚ ଉକ୍ତ ଗଛ ମାନଙ୍କର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।ଶେଷରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ନରହରି ବଗର୍ତ୍ତୀଙ୍କ ରିପୋର୍ଟ)