-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
11-Sep-2022
ବଲାଙ୍ଗୀର:- ୪୫/୫୦ ବର୍ଷୀୟ ସୁରେଶ ଭୁଏ ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ଗ୍ରାମର ଜଣେ ବାସିନ୍ଦା ।ମଜୁରୀ କରି ପେଟ ପୋଶେ।ଗ୍ରାମରେ କାହା ସହ ତାର ଖରାପ ସମ୍ପର୍କ ନ ଥିବା ଗ୍ରାମବାସୀ କହନ୍ତି । ମଜୁରୀ କରି ଯେତେ ପାଏ ସେଥିରେ ତାର ଗୁଜୁରାଣ ହୁଏ । ଏକାକୀ ଗୋଟିଏ ଇନ୍ଦିରା ଆବାସ
ଘରେ ଜୀବନ ବିତାଏ। ତାର ଭରପୁର ପରିବାର ଥିଲେ ମଧ୍ୟ ତାପାଖରେ କେହି ରହୁ ନ ଥିଲେ ।ଗ୍ରାମବାସୀ ଙ୍କ ଚର୍ଚ୍ଚା ରୁ ଜଣାପଡେ ସୁରେଶ ଏକାକୀ ରହୁଥିବାରୁ ମଜୁରୀ କରି ଫେରିବା ପରେ ମଦ ପିଇ ନିଜେ ନିଜ ସହ କଥା ହୁଏ ।ମଦ ପିଇ କାହାରିକୁ ଖରାପ ବ୍ୟବହାର ଦେଖାଏ ନାହିଁ ।ହଠାତ୍ ସୁରେଶ ର ହାତ ଭାଙ୍ଗିବାରୁ ତାର ପୁଅ ମାନେ ଆସି ଚିକିତ୍ସା କରାଇ ନିଜ ଘରକୁ ନେଇ କିଛିଦିନ ରଖିଥିବା ବେଳେ ସୁରେଶ ସେଠାରୁ ନିଜ ଘରକୁ ଚାଲିଆସିଥିଲେ ।ଭଙ୍ଗା ବେଣ୍ଡିଜ୍ ବନ୍ଧା ହାତରେ ସେ ପୁଣି ଏକାକୀ ରହିଲେ ତାଙ୍କ ଘରେ । ୧୧ ସେପ୍ଟେମ୍ବର ରବିବାର ସକାଳୁ ଖୁଜେନପାଲି ଗ୍ରାମ ମଝିରେ ଥିବା ଏକ ଗଲି ଭିତରେ ସୁରେଶ ମୃତ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖି ପୋଲିସ କୁ ଖବର ଦେଲେ । ପୋଲିସ ଏସ ଡି ପି ଓ ତୋଫାନ ବାଗ ସଦଳବଳେ ଆସି ମୃତ ସୁରେଶ ଭୁଏ
ମୃତ୍ୟୁ ର ତଦନ୍ତ କରୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ର ରହସ୍ୟ ଜଣାପଡିନାହିଁ । ପୋଲିସ ତଦନ୍ତ ପରେ ଜଣାପଡ଼ିବ ସୁରେଶ ଭୁଏ ମୃତ୍ୟୁ ର ରହସ୍ୟ । ଗ୍ରାମବାସୀ ଙ୍କ ଚର୍ଚ୍ଚା ରୁ ଜଣାପଡେ ଖୁଜେନପାଲି ଗ୍ରାମର ଅନେକ ସ୍ଥାନରେ ବେଆଇନ ମଦ ରନ୍ଧାଯାଇ ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ନୀରବ ।ତେବେ ଦେଖାଯାଉ ପୋଲିସ ର ତଦନ୍ତ କେଉଁ ଦିଗକୁ ଯାଉଛି ।