-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
11-Sep-2022
ବଲାଙ୍ଗିର (ପ୍ରେରଣା ଖବର) : ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ଖବର ମିଳିଛି l ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ । ବଲାଙ୍ଗିର ସହରକୁ କୌଣସି କାମରେ ଆସି, ନିଜ ଗାଁ ଦେଷଣ୍ଡ କୁ ସ୍ୱିଫ୍ଟ ଡିଜେୟାର କାରରେ ଫେରୁଥିଲେ ଚାରିଜଣ ସାଂଗ । ବଲାଙ୍ଗିର-ଟିକ୍ରାପଡା ରାସ୍ତାର କୁଡାସିଂହା ନିକଟରେ ଭାରସାମ୍ୟ ହରାଇ କାରଟି ଓଲଟି ପଡିଥିଲା । ଆଗପଟେ
ବସିଥିବା କୁଳମଣି ନାଏକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଗୁରୁତର, ବନମାଳୀ ମେହେର,ରଙ୍କ
ମେହେର ଓ ସ୍ୱୟମ୍ୱର ମେହେରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ମାନଙ୍କ ଚିକିତ୍ସା ଜାରୀ ରହିଛି ॥ ଦେଓଗାଁ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।