-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||     

HOME   ମହାନଗର

ସମ୍ବଲପୁର ରେ ସ୍ମାର୍ଟ ୱାଟର ମିଟର ପ୍ରଚଳନ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଦାବୀ କଲା ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ

10-Sep-2022



 ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ) :: ସ୍ବାଧୀନତାର ୭ ଦଶନ୍ଧି ପରେ ଓ ହୀରାକୁଦ ନଦୀବନ୍ଧ ନିର୍ମାଣ ର ୬ ଦଶନ୍ଧି ପରେ ମଧ୍ୟ ସମ୍ବଲପୁରବସୀ ପାଣିର ହାହାକାରରେ ଜୀବନଯାପନ କରୁଛନ୍ତି । ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ରେ ଶହ ଶହ ଗ୍ରାମ ଜଳଭଣ୍ଡାରରେ ବୁଡିଗଲା । ହଜାର ହଜାର ପରିବାରର ଲକ୍ଷ ଲକ୍ଷ ଲୋକ ଭୂମିହରା ବାସହରା ହେଲେ । ଦୀର୍ଘ ସମୟ ବିତିଯାଇଥିଲେ ଶୁଦ୍ଧା ଆଜି ବି ସେମାନେ ପ୍ରକୃତ ପ୍ରାପ୍ୟରୁ ବଞ୍ଚିତ ରହିଛନ୍ତି । ଯେଉଁ ରଙ୍ଗୀନ ସ୍ଵପ୍ନ ଦେଖେଇ ସେତେବେଳେ ତାଙ୍କୁ ସର୍ବହରା କରାଯାଇ ସର୍ବସାନ୍ତ କାରି ଦିଆଥିଲା ଅଜି ସେଇ ସ୍ଵପ୍ନ ପାଣିର ଗାର ପ୍ରମାଣିତ ହୋଇ ସାରିଛି । ନା ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇ ପାରିଛି ନା ଚାଷ ଜମିକୁ ଜଳସେଚନ । ହୀରାକୁଦ ଜଳଭଣ୍ଡାର ତଳେ ଓ ମହାନଦୀ କୂଳରେ ଥାଇ ମଧ୍ୟ ସମ୍ବଲପୁରବାସୀ ବିଶୁଦ୍ଧ ପାନୀୟ ଜଳ ଟିକେ ପାଇ ପାରୁ ନାହାଁନ୍ତି । ହଜାର ହଜାର କୋଟିର କେନ୍ଦ୍ରୀୟ ଆର୍ଥିକ ସହାୟତା ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଖର୍ଚ୍ଚ ହେଲା ପରେ ମଧ୍ୟ "ଯଥା ପୂର୍ବମ୍ ତଥା ପରମ୍" ସ୍ଥିତି ବଜାୟ ରହିଛି । ତା ଉପରେ ପୁଣି ସରକାରଙ୍କ ସ୍ମାର୍ଟ ୱାଟର ମିଟର ସଂଯୋଗ ବ୍ୟବସ୍ଥା ସମ୍ବଲପୁରବାସୀଙ୍କ ପାଇଁ "କଟା ଘା ରେ ଚୂନ ସଦୃଶ" ପ୍ରମାଣିତ ହୋଇଛି ।
  ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ପାରୁନାହଁ । ରାସ୍ତାରେ ପାଣି ପାଇପ ଫାଟି ନାଲରେ ପାଣି ବହୁଛି । ତାକୁ ବିଭାଗ ମରାମତି କରିବାକୁ ଅସମର୍ଥ । ସମ୍ବଲପୁର ରେ ଜଣ୍ଡିସ ମହାମାରୀ ପୁରୁଣା ପାଣି ପାଇପ ବଦଳ କରି ନୁଆଁ ପାଇପ ଲଗାଇବା ପାଇଁ ରାଜ୍ୟ ସରକାର ୧୬୦ କୋଟି ଟଙ୍କା ଦେଲେ । କିନ୍ତୁ, ତାର କୌଣସି ସୁଫଳ ସମ୍ବଲପୁର  ପାଇଲେ ନାହିଁ । ନାଳ ନର୍ଦମାର ପାଣି ପାଇପ୍ ରେ ମିଶୁଛି, ଯେଉଁଥି ପାଇଁ ବାରବାର ଜଣ୍ଡିସ ହେଉଛି । ଅର୍ଥ ଅଭାବରୁ ବିଭାଗୀୟ କର୍ମଚାରୀଙ୍କୁ ନିଯୁକ୍ତି ମିଳୁନାହିଁ ଅଥଚ ଆରମ୍ଭରୁ ବିଫଲ ସ୍ମାର୍ଟ ପାଣି ମିଟର ଲଗାଇବା ପାଇଁ କୋଟି କୋଟି  ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ପାଇଁ ଯୋଜନା କରାଯାଉଛି । ବର୍ତ୍ତମାନ ମଧ୍ଯ ସମ୍ବଲପୁରରେ ଅମୃତ ଯୋଜନା ନିମ୍ନ ମାନର କାମ ସହ ସମୟ ଭିତରେ କାମ ସରିପାରି ନାହିଁ । ସମ୍ବଲପୁର ମହାନଗରରେ ସାମିଲ ହୋଇଥିବା ୧୨ ଟି ପଞ୍ଚାୟତ କଥା ଦୂର, ହୀରାକୁଦ ଜଳଭଣ୍ଡାର ତଳେ ଥିବା ହୀରାକୁଦ ସହର ରେ ସ୍ୱାଧୀନତାର ୭୫ ବର୍ଷ ଭିତରେ ପାନୀୟ ଜଳ ଯୋଗାଣ କରିବାରେ ସମର୍ଥ ହୋଇନାହିଁ ।
ସବୁ ଜନହିତକର ଯୋଜନା  କଟକ, ଭୁବନେଶ୍ୱରରେ ଆରମ୍ଭ କରାଯାଉଥିବା ବେଳେ ଟିକସ ଆଦାୟ ଯୋଜନା ସମ୍ବଲପୁର ରୁ କାହିଁକି...???
.ବିଦ୍ୟୁତ ସ୍ମାର୍ଟ କାର୍ଡ ଓ ପାନୀୟ ଜଳ ର ମିଟର ଭୁବନେଶ୍ୱର, କଟକ ଭଲି ସ୍ମାର୍ଟ ସିଟିରେ କାହିଁକି ଆରମ୍ଭ କରାଗଲା ନାହି...???
.ହୀରାକୁଦ ନଦୀବନ୍ଧ ପାଇଁ ସମ୍ବଲପୁର ବାସୀ ଜମି ଜଙ୍ଗଲ ଏବଂ ଜୀବନ ହରେଇଥିଲେ । ସ୍ବାଧୀନତାର ୭୫ ବର୍ଷ ପରେବି ସମ୍ବଲପୁର ର ସବୁ ଅଂଚଲକୁ ସ୍ବଚ୍ଛ ପିଇବା ପାଣି ଜନସ୍ୱାସ୍ଥ୍ୟ ବିଭାଗ ପହଞ୍ଚାଇ ପାରିଲା ନାହିଁ କାହିଁକି...???
.
ଟିକିଏ ଖରା ହେଲେ ସମ୍ବଲପୁର ବାସୀ ହୀରାକୁଦ ନଦୀବନ୍ଧ ତଳେ ରହି ପାଣି ପାଇଁ ଆନ୍ଦୋଳନ କରିବାକୁ ବାଧ୍ଯ ହେଉଛନ୍ତି କାହିଁକି...??? ଯଦି ପାଣି ପାଇପ ମରାମତି ପାଇଁ କର୍ମଚାରୀ ନାହାଁନ୍ତି, ବେଆଇନ ମନଇଚ୍ଛା ପାଣି କନେକ୍ସନ ରୋକିବା ପାଇଁ ଅଧିକାରୀ ଅସମର୍ଥ ତେବେ କୋଟୀ କେଟୀ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ମିଟର କେଉଁ କାମରେ ଲାଗିବ...??? 
.
୫୦୦ ଟଙ୍କା ନେଇ ଘରକୁ ଘର ପାଣି ସଂଯୋଗ ପାଇଁ ଯେଉଁ କ୍ୟାମ୍ପ ସବୁ କରାଯାଇଥିଲା ତାହା କେତେ କାର୍ଯ୍ୟକାରୀ ହୋଇଛି...???  
ଏଥିପାଇଁ  ପାଣି ସ୍ମାର୍ଟ ମିଟର ଲଗାଇବାର ପରିକଳ୍ପନା ଯଦି ସରକାର କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ଭୁବନେଶ୍ୱର ରୁ କରନ୍ତୁ । ସବୁ ପ୍ରକାର ଟିକସ ପାଇଁ ସମ୍ବଲପୁର ପ୍ରୟୋଗ ସ୍ଥଳି କରାଯିବା ସମ୍ବଲପୁରବାସୀଙ୍କୁ ଚୋର ଭଲି ଭାବିବା ସହ ସମାନ । ତେଣୁ ଯେଉଁଠି ସରକାର ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ କରୁଛନ୍ତି ସେଠି ପ୍ରଥମେ ସ୍ମାର୍ଟ ମିଟର ଲଗାଇ ବିଲ ଆଦାୟ କରନ୍ତୁ । ସମ୍ବଲପୁରବାସୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଯୋଜନା କାର୍ଯ୍ୟକାରୀ କରୁ । ସ୍ମାର୍ଟପାଣି ମିଟର ଭଲି ଠିକାଦାର ପୋଷା କାମ ବନ୍ଦ କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସହ ସମ୍ବଲପୁରର ଜନସାଧାରଣ ଦାବି କରୁଛନ୍ତି ।

    ପଶ୍ଚିମ ଓଡ଼ିଶା ର ପ୍ରାଣକେନ୍ଦ୍ର ସମ୍ବଲପୁର ଭଳି ଏକ ପ୍ରମୁଖ ଜିଲ୍ଲାର ଜନସ୍ବାସ୍ଥ୍ୟ ବିଭାଗରେ ନା ଅଛନ୍ତି ଅଧିକ୍ଷଣ ଯନ୍ତ୍ରୀ ନା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଅଧିକ୍ଷଣ ଯନ୍ତ୍ରୀ ଇଂ.ଭଗ୍ୟଧର ମହାନ୍ତି ଙ୍କ ବଦଳୀ ପରେ ନୂଆଁ ଯନ୍ତ୍ରୀ ଅବସ୍ଥାପିତ ହୋଇନାହାଁନ୍ତି । ଉପଖଣ୍ଡିୟ ଯନ୍ତ୍ରୀ ଇଂ. ଗୁଲସନ୍ କୁମାର ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ । ଉପରିସ୍ଥ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇବା ସହିତ ପାନୀୟ ଜଳ ଯୋଗାଣ ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକର ଶିଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
     ଆଜି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ହୋଇଥିବା ଜନସ୍ବାସ୍ଥ୍ୟ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ ଏବଂ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ହୀରାଖଣ୍ଡ ସାମୁଖ୍ୟର ଡା.ପରେଶ ଚନ୍ଦ୍ର ଦାନି, ବରିଷ୍ଠ ସାମ୍ବାଦିକ, ଶିବ ପ୍ରସାଦ ମେହେର, ବୈଦିକ ବ୍ରାହ୍ମଣ ପରିଷଦର କମଲ ଲୋଚନ ପଣ୍ଡା, ସମ୍ବଲ୍  ର ସୁବ୍ରତ ପଣ୍ଡା, ସମ୍ବଲପୁରୀ ଏକତା ମଞ୍ଚର ଶାଶ୍ଵତ ପଣ୍ଡା, ବିପ୍ଳବ ଦନସେନା, ଶୁଭମ୍ ହୋତା, ଆକାଶ ପଟ୍ଟନାୟକ, ପଶ୍ଚିମାଞ୍ଚଲ୍  ଏକତା ମଞ୍ଚର ଅନ୍ନପୂର୍ଣ୍ଣା ବାରିକ, ଭବାନୀ ଦୁଷର, କାନ୍ତି ମେହେର, ପାଙ୍କଜିନି ମେହେର, ବବିତା ପ୍ରଧାନ, ସୌମିତ୍ର ଜତି, ସନ୍ତୋଷ କୁମାର ଡାଲୁଆ, ଲଳିତ ମୋହନ ବେବର୍ତ୍ତା, ଶଙ୍କର ମେହେର, ରାହୁଲ୍ ଗୁପ୍ତା, ଲମ୍ବୋଦର ବଢେଇ, କୃଷ୍ଣ ଚନ୍ଦ୍ର ଦାସ, ଜିତେଶ ପାଣିଗ୍ରାହୀ, ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024

You Might Also Like