-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
07-Sep-2022
କର୍ଲାମୁଣ୍ଡା:( ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ବୁଧବାର କର୍ଲାମୁଣ୍ଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ବିପିଏମ୍ ଅଜିତ୍ ଶିଂ କୁମାର୍, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବିଡ଼ିଏମ୍ ବିଶ୍ବରଂଜନ ମହାନ୍ତି, ସ୍ବାସ୍ଥ୍ୟ କର୍ମୀ ବିମଳ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଆଜି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଉପରେ କହିବା ସହ ସୁସ୍ଥ ବାୟୁମଣ୍ଡଳ ସୃଷ୍ଟି କରିବା, ସୁସ୍ଥ ବାୟୁ ଗ୍ରହଣ କରିବା, ସୁସ୍ଥ ଜୀବନ ଜିଇବା ଓ ସୁନ୍ଦର ନୀଳ ଆକାଶ କୁ ଉପଭୋଗ କରିବା ଉପରେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରାଇବା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ଯୋଗ ଦେଇଥିଲେ