-+91-9937148622 |
prerana_bgr@rediffmail.com |
Thursday 18th April 2024 |
R.N.I. Regd No. ODIODI/2010/46693
Breaking News
07-Sep-2022
ବଲାଙ୍ଗୀର(ପ୍ରେରଣା ଖବର) - ଓଡିଶା ସରକାରଙ୍କ ବୈମାତୃକ ମନୋଭାବ କାରଣରୁ କୋସଳାନ୍ଚଳ ଅବହେଳିତ ହୋଇରହିଛି । ଏହି ଅନ୍ଚଳରେ ବିକାଶ ପହଞ୍ଚୁ ନଥିବାରୁ ବେକାରୀ ସମସ୍ୟା, ଦାଦନସମସ୍ୟା ବଢିଚାଲିଛି । ତେଣୁ ସ୍ବତନ୍ତ୍ର କୋସଲରାଜ୍ୟ ଗଠନ ହିଁ ଶେଷ ବିକଲ୍ପ ବୋଲି କୋସଲବାଦୀ ସଂଗଠନମାନେ ଦାବି କରୁଛନ୍ତି । ଗତ ବିଧାନସଭା ଅଧିବେସନ ସମୟରେ କୋସଲବାଦୀ ସଂଗଠନମାନେ ଭୁବନେଶ୍ବରଠାରେ ସଫଳ ଆନ୍ଦୋଳନ କରୁସାରିବା ପରେ ଉତ୍ସାହିତ ହୋଇଛନ୍ତି । ଆଜି ପୁଣି କୋସଲାନ୍ଚଳରେ ବନ୍ଦ ଡାକରା ଦେଇଛନ୍ତି । କୋସଲ ମୁକ୍ତିମୋର୍ଚ୍ଚା, କୋସଲସେନା,
ପଶ୍ଚିମଓଡିଶା ଯୁବା ମଂଚ, ଲିବରେସନ ଫ୍ରଣ୍ଟ ଭଳି ଯୁବସଂଗଠନମାନେ ଆଜି ବନ୍ଦ ଡାକରା ଦିଆଯାଇଛି । କୋସଲ ମୁକ୍ତିମୋର୍ଚ୍ଚାର ଆବାହକ ଶିପୁନ ଖମାରୀ ତଥା ଅନ୍ୟାନ୍ୟ ସଂଗଠନମାନଙ୍କ ଯୁବ ନେତୃତ୍ବରେ ଆଜି ସକାଳୁ ପିକେଟିଂ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟ, କୋର୍ଟକଚେରୀ, ଡାକଘର, ବୀମା କାର୍ଯ୍ୟାଳୟ, ଦୋକାନବଜାର, ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଆଜିର ବନ୍ଦରେ ଶତାଧିକ ମହିଳା ମଧ୍ୟ ଯୋଗଦେଇଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏଠାରେ କୋସଲରାଜ୍ୟ ଗଠନ ଓ କୋସଲୀ ଭାଷାକୁ ସାମ୍ବିଧାନୀକ ସ୍ବିକୃତି ଦେବାକୁ ଦାବି କରାଯାଇଛି l