-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
06-Sep-2022
ବଲାଙ୍ଗୀର, ଘର ଭାଗବଣ୍ଟାକୁ କେନ୍ଦ୍ର କରି ମାରପିଟ୍, ଥାନାର ଦ୍ୱାରସ୍ଥ ହେଲେ ଗୋଟିଏ ଘରର ଦୁଇଟି ପରିବାର । ଆଜି ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଇଛା ପଡାରେ । ସୂଚନାରୁ ପ୍ରକାଶ ଯେ, ବଲାଙ୍ଗୀର ସହର ଇଛାପଡା ଠାରେ ଗୋଟିଏ ପରିବାରର ତିନି ଭାଇ ଙ୍କ ମଧ୍ୟରେ ପୈତୃକ ସଂପତ୍ତିକୁ ନେଇ ବହୁ ଦିନରୁ କଳି ଝଗଡା ଲାଗି ରହିଥିଲା । ଇଛା ପଡାରେ ଥିବା ନିଜ ପୈତୃକ ସଂପତ୍ତି ରେ ବଡ ପୁଅ ହରିହର ଘର ତିଆରି କରିବା ପରେ ଏହି ବିବଦ ଉଗ୍ର ରୂପ ନେଇ ଥିଲା । ପୈତୃକ ସଂପତ୍ତି ଭାଗବଂଟା ନ ହେବା ପୂର୍ବରୁ ବଡ ପୁଅ କାହିଁକି ଘର ତିଆରି କରିବ ସେଇ ସାମାନ୍ୟ କଥା କୁ ନେଇ ଗୋଟିଏ ଘରର ଦୁଇ ଟି ପରିବାର ମଧ୍ୟରେ ଆଜି ମାରପିଟ ଆରମ୍ଭ ହୋଇଥିଲା । ବଡ ଭାଇ ହରିହରର ମିଶ୍ର ସ୍ତ୍ରୀ ଅରୁନ୍ଧତୀ ଉତକ୍ଷିପ୍ତ ସନ୍ତୋଷର ସ୍ତ୍ରୀ ମୁକ୍ତାରାଣୀ କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଅରୁନ୍ଧତୀ ଓ ତାଙ୍କ ସ୍ୱାମୀ ହରିହର ଛୁରି ରେ ମୁକ୍ତାଙ୍କୁ ଆକ୍ରମଣ କରିଥିବା ମଧ୍ୟ ମୁକ୍ତାଙ୍କ ସ୍ୱାମୀ ସନ୍ତୋଷ ଅଭିଯୋଗ କରିଛନ୍ତି । ସନ୍ତୋଷ ଆସି ଦୁଇ ଜଣଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ମାରପିଟ୍ ଥମି ନଥିଲା । ଶେଷରେ ଉଭୟ ପରିବାର ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏ ପର୍ଯ୍ୟନ୍ତ ପୋଲିସ କହାରିକୁ ଗିରଫ କରି ନାହିଁ ।