-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
04-Sep-2022
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ମଦଭାଟି ପଡା ସାର୍ବଜନୀନ ଗଣେଶ ପୂଜା କମିଟି ତରଫରୁ ଅଞ୍ଚଳର କଲା , ସଂସ୍କୃତି , ଭାଷା ,ସାହିତ୍ୟ ଓ ପରମ୍ପରାକୁ ସମସ୍ତଙ୍କ ନଜର କୁ ଆଣିବା ତଥା ଲୁଚି ଯାଉଥିବା କଳା ଓ ଲୁକ୍କାୟିତ ରହି ଯାଉଥିବା କଳାକାର ମାନଙ୍କୁ ସମସ୍ତଙ୍କ ଆଗେ ପହଞ୍ଚାଇବାର ଆଶା ନେଇ (ଉଡାନ) ନୃତ୍ଯ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ସନ୍ଧ୍ୟାରେ ହନୁମାନ ମନ୍ଦିର ନିକଟରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ କଳାକାର ମାନଙ୍କ ସହ ବିଭିନ୍ନ ଗ୍ରୁପ ଯୋଗଦେଇ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସାର୍ବଜନୀନ ଗଣେଶ ପୂଜା କମିଟିର ସଭାପତି ରାଜୁ ଜାଳ ଓ ସମ୍ପାଦକ ସୁମନ୍ତ
ରଣାଙ୍କ ତତ୍ତ୍ବାବଧାନରେ କଲଚରାଲ ଇଭେଣ୍ଟ ଅରଗାନାଇଜର ଉଦିତ ନାରାୟଣ ପଣ୍ଡାଙ୍କ ଦ୍ବାରା ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଜଜ ଭାବରେ କ୍ଲାସିକାଲ ଓ ଓଡିଶୀ ଡାନ୍ସର ସୁଚିସ୍ମୀତା ସଡଙ୍ଗୀ ଏବଂ ଆଲବମ ଡାନ୍ସର ମିଥୁନ ତାଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା, ସମାଜସେବୀ ଅନିଲ କୁମାର ତ୍ରିପାଠୀ , ଯୁବନେତା ଯୁବରାଜ ବାଗ, ବିଦ୍ୟୁତ ବିଭାଗର ବି.ଇ ଦିଲ୍ଲୀପ କୁମାର କର, ଗୋପୀ ସାହୁ, ପିଣ୍ଟୁ ଜୈନ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଆର୍ତ୍ତତ୍ରାଣ ସାହୁ ଓ ମେଘନାଦ ତ୍ରିପାଠୀ। ବିଭିନ୍ନ ସ୍ଥାନରୁ ୧୦ ଟି ଡାନ୍ସ ଗ୍ରୁପ ପ୍ରତିଯୋଗିତାରେ ଭାଗନେଇ
ଥିବାବେଳେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଡାନ୍ସଗ୍ରୁପ ପ୍ରଥମ , ଟିଟିଲାଗଡ ର ସାଇନିଙ୍ଗ ଷ୍ଟାର ଡାନ୍ସଗ୍ରୁପ ଦ୍ବୀତିୟ ଓ ପିପଲପଦର ଡାନ୍ସଗ୍ରୁପ ତୃତୀୟ ହୋଇଥିଲେ। ବିଜେତା ଡାନ୍ସଗ୍ରୁପ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ଚେକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହାକୁ ଦେଖିବା ପାଇଁ ବହୁ ଭିଡ ପରିଲକ୍ଷିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ଯରେ କମିଟିର ରବି ତ୍ରିପାଠୀ, ଦ୍ଵିତୀୟା ଠେଲା , ଦୁଖୁ ରଣା , ଦୁଷ୍ମନ୍ତ ରଣା , ମିଣ୍ଟୁ ବାରିକ, ଦୀପକ ନାଗ , ଶୋଭାବନ ବାଗ ପ୍ରମୁଖ ସହଯୋଗ କରିଥିଲେ।