-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
01-Sep-2022
ବଲାଙ୍ଗିର (ପ୍ରେରଣା ଖବର) ଗଣେଶ ପୂଜା ବେଳେ ଗୋଷ୍ଠୀ ସଂଘର୍ଷ l ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହରରେ l ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବଲାଙ୍ଗିର ସହର ଶାନ୍ତି ପଡା ନିକଟସ୍ଥ ଖରସେଲ ପଡାରେ ଅନୁଷ୍ଠିତ ଗଣେଶ ପୂଜା ମେଢ଼ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ପରେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା l କାଲି ଝଗଡ଼ା ଚାଲିଥିବା ବେଳେ ମନl କରିବା ପାଇଁ ପୂଜା କମିଟିର ଜିତେନ୍ଦ୍ର ରାଓ ଘଟଣାସ୍ଥଳକୁ ଯିବା ବେଳେ ଜିତେନ୍ଦ୍ର କୁ ସମର୍ଥକ ଭାବି ଗୋଟିଏ ଗୋଷ୍ଠୀ ର ଯୁବକ ମାନେ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ l ଜିତେନ୍ଦ୍ରଙ୍କୁ ରକ୍ତାକ୍ତ ଅବସ୍ଥାରେ ଏକ ଡ୍ରେନ୍ ରୁ ଉଦ୍ଧାର କରାଯାଇଥିଲା l ବଲାଙ୍ଗିର ପି ସି ଆର୍ ଆସି ଜିତେନ୍ଦ୍ର କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡ଼ ରେ ଭର୍ତି କରିଛନ୍ତି l