-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
31-Aug-2022
ପଦ୍ମପୁର: (ନରହରୀ ବଗର୍ତ୍ତୀ) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀଗଣେଶ ଙ୍କ ପୂଜା ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପ୍ରଧାନ ଙ୍କ ପ୍ରତକ୍ଷ୍ଯ ତତ୍ତ୍ୱାବଧାନରେପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିର ଠାରେ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ସ୍ୱରଚିତ ଗଳ୍ପ ,କବିତାଓ ଚିତ୍ର ମାନଙ୍କ ସମାହାର ରେ ପୂଜା ବିଶେଷାଙ୍କ ଅରୁଣ ପତ୍ରିକା ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା ।ଠିକ୍ ସେହିପରି ଶିଶୁ ମନ୍ଦିର ପରିସରରେ ରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇ ଥିଲେ ।ସହ ସହସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ
ମିଶ୍ର ଅରୁଣ ର ଶୁଭ ଉନ୍ନୋଚନ କରିଥିଲେ ।ଉକ୍ତ ପୂଜନୋତ୍ସବ ରେ ଅଭିଭାବକ ଅଭିଭାବିକା, ଛାତ୍ର ଛାତ୍ରୀ ,ପୂର୍ବତନ ଛାତ୍ର ଛାତ୍ରୀ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ।ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।