-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
23-Aug-2022
ବଲାଙ୍ଗୀର(ପ୍ରେରଣା ଖବର), ଆଜି ବଲାଙ୍ଗୀରର ମାନ୍ୟବର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ପୁଇଁନ୍ତଳା ବ୍ଲକ ଅଧୀନରେ ଥିବା ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅଭାବ ଅସୁବିଧା ବୁଝିଥିଲେ । ସମାଜର ତଳସ୍ତରର ଲୋକେ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଯୋଜନାର ସୁଫଳ ପାଇପାରିବେ ସେ ସଂପର୍କରେ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ପୁଇଁନ୍ତଲା ବ୍ଲକର ଅଏଁଲାସାରି, କୁଲେରବାହାଲି, ବିଲେଇସର୍ଡା, ବୁବେଲ, ଅଁକରିଆପଦର, ଛେମତଲା ଓ କୁରେଘନା ଆଦି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ସାଂସଦ ସଙ୍ଗୀତା କୁମାରୀ । ଏଥିରେ ପୁଇଁନ୍ତଳା ବ୍ଲକ ଅଧୀନରେ ଥିବା ୩ ଟି ମଣ୍ଡଳର ବିଜେପି ସଭାପତି, ଏମ୍ ପି ନୋମିନୀ, କର୍ମୀ ଓ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ୨ଠ୧୯ ସାଧାରଣ ନିର୍ବାଚନରେ ଯେଉଁ ଯେଉଁ ଅଞ୍ଚଳରେ ବିଜେପି ସପକ୍ଷରେ ଜନମତ ଦୁର୍ବଳ ରହିଛି ସେ ଅଂଚଳର ଲୋକଙ୍କ ସହ ସମନ୍ୱୟ ସ୍ଥାପନ କରିବା ଆମର ଲକ୍ଷ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।