-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
23-Aug-2022
ପଦ୍ମପୁର(ନରହରି ବଗର୍ତ୍ତୀ): ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ରାଜବୋଡାସମ୍ବର ହାଇସ୍କୁଲ “ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ ସଭାପତିତ୍ବ କରି ପରିବେଶ ସୁରକ୍ଷା ଦିଗରେ ଛାତ୍ର ମାନଙ୍କ ସହଭାଗୀତା ସଂପର୍କରେ ଆଲୋଚନା କରି ଥିଲେ। ଅତିଥି ଭାବରେ ପ୍ରକୃତିବଂଧୁ ମୀନକେତନ ସାହୁ ଯୋଗ ଦେଇ ବିଶ୍ଵ ଉତ୍ତାପନ ହ୍ରାସ ନିମନ୍ତେ ବୃକ୍ଷରୋପଣ ଓ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ରାଜେଶ ଖମାରୀ ଅତିଥି ପରିଚୟ ପ୍ରଦାନ ସହିତ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ମୋହନ ବନଛୋର ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମୋ ସ୍କୁଲ ସଭାପତି ଚନ୍ଦ୍ରଭାନୁ ପ୍ରଧାନ, ଅଭିଳାଷ ସାହୁ, ହରେକୃଷ୍ଣ ମେହେର, ପ୍ରଭାସିନୀ ସା, ପ୍ରୀତିରଶ୍ମି ସେଟ, ରୁଦ୍ରାଙ୍ଗଜ ବାରିକ, ସୁନୀତା ଖମାରୀ, ଚନ୍ଦ୍ର ଶେଖର ଭୋସାଗର, ଦିପକ ତିଉଆରୀ, କୃଷ୍ଣଚନ୍ଦ୍ର ପଧାନ, ନନ୍ଦଗୋପାଲ ବନଛୋର ଓ ପଦ୍ମନାଭ ବୁଡେକ ପ୍ରମୁଖ ଅଂଶଗ୍ରହଣ କରି ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଉପସ୍ଥିତ ଛାତ୍ର,ଶିକ୍ଷକ, ଶିକ୍ଷଯିତ୍ରୀ ଓ କର୍ମଚାରୀ ମାନଙ୍କୁ ଅଁଳା ଚାରା ପ୍ରଦାନ କରାଯାଇ ବୃକ୍ଷରୋପଣ ଓ ସଂରକ୍ଷଣ କରିବାକୁ ପରାମର୍ଶ ଦିଆଯାଇଥିଲା।