-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
22-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) ନାକଟିଦେଉଳ ବ୍ଳକ ଅନ୍ତର୍ଗତ ସରାପାଲି ହାଇସ୍କୁଲ ପଡିଆଠାରେ ସରାପାଲି "କିଙ୍ଗ୍ ଫିସର୍ କ୍ଲବ୍ "ଆନୁକୁଲ୍ୟ ରେ ଏକଦୀଵସୀୟ କିଙ୍ଗ୍ ଫିସର୍ ଫୁଟବଲ ଟୁର୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଆଠଟି ଟିମ୍ ଭାଗ ନେଇ ଥିଲେ। ଅରୁଣ ପ୍ରଧାନ,ଵିଭୁତି ପ୍ରଧାନ,ଅମିତ ସାହୁ ଓ ଆଲୋକ ପ୍ରଧାନ ଖେଳ ପରିଚାଳନା କରିଥିଲେ । ଫାଇନାଲ୍ ଖେଳ ଖମାର୍ ଓ ମାଝୀପାଲି ଟିମ୍ ମଧ୍ୟରେ ହୋଇଥିଲା । ଏଥିରେ ମାଝୀପାଲି ୨-୧ ଗୋଲ୍ ରେ ଖମାର୍ ଦଳକୁ ପରାସ୍ତ କରି ଥିଲା । ମୁଖ୍ୟ ଅତିଥି ଭାଵରେ ସରାପାଲି ଗ୍ରା ପ ର ସରପଂଚ ଶିବାନୀ ବାରିକ, ମୁଖ୍ୟ ବକ୍ତା ଭାବେ ଡ଼ ଦୀପେନ୍ ପଟନାୟକ ଓ ସମ୍ମାନୀତ ଅତିଥି ଭାବେ ଧୀରେନ୍ ସାହୁ ଯୋଗ ଦେଇ କପ୍ ପ୍ରଦାନ କରି ଥିଲେ ।ମାଝିପାଲି ର ମୁନୁ ପାତ୍ର ଶ୍ରେଷ୍ଠ ଖେଳାଳୀ ଭାବେ ଘୋଷିତ ହୋଇଥିଲେ ।