-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
22-Aug-2022
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିରରେ ମହାନ ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି l ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଵୈଠକରେ ପଣ୍ଡିତ ଭାସ୍କର ପୁରୋହିତ ନୂଆଖାଇ ଲଗ୍ନ ଧାର୍ଯ୍ୟ ଘୋଷଣା କରିଥିଲେ l ଆସନ୍ତା ସେପ୍ଟମ୍ବର ୧ତାରିଖ ଦିନ ୧୧ଘ୧୧ମି ରୁ ୧୧ଘ୨୫ମି ମଧ୍ୟେ ତୁଳlଚନ୍ଦ୍ରେ,ସ୍ୱାତିନକ୍ଷେତ୍ର, ବ୍ରହ୍ମଯୋଗେ,ବାଲବ ବରନେ,ବୃଷ୍ଟିକ ଲଗ୍ନ ଓ କର୍କଟ ନବାନ୍ନ,ମହେନ୍ଦ୍ର ବେଲାରେ ଶ୍ରୀଶ୍ରୀ କପିଳେଶ୍ୱର ଓ ମାଁ ଚରଦେଇଙ୍କ ପୀଠରେ ନବାନ୍ନ ଭୋଗ ଅର୍ପଣ ଶୁଭ ବୋଲି ସମୟ ନିର୍ଘଣ୍ଟ ହୋଇଥିଲା l ପରେ ଗ୍ରାମର ଦେବାଦେବୀ ଓ ନିଜ ନିଜର ଇଷ୍ଟ ଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରି ନବାନ୍ନ ଭକ୍ଷଣ କରିପାରିବେ l ଅନୁଷ୍ଟିତ ଏହି ଵୈଠକରେ କମିଟି ସଦସ୍ୟଙ୍କ ସମେତ ମନ୍ଦିର ସେବାୟତ,ସାମ୍ବାଦିକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।