-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
16-Aug-2022
ମୁରିବାହାଲ: ମୁରିବାହାଲ୍ ବ୍ଲକ୍ ଅନ୍ତର୍ଗତ ହଲଦି ଗ୍ରାମ ପଞ୍ଚାୟତ,ବଙ୍କେଲ୍ ଗ୍ରାମ ପଞ୍ଚାୟତ ଓ ଲେବଡା ଗ୍ରାମ ପଞ୍ଚାୟତ ର ଚାଷୀ ବୃନ୍ଦ ମିଳିତ ଭାବରେ ହଲ ଦି ସମିତି ସଭ୍ୟ ଟୁନାମନି ମହା ନନ୍ଦଙ୍କ ଅଧ୍ୟକ୍ଷତା ରେ ବଙ୍ଗୋମୁଣ୍ଡା ଟିଟିଲାଗଡ଼ ରାସ୍ତା ର ହଲ ଦି ଛକ ଠାରେ ରାଜ ରାସ୍ତା ୫୯ କୁ ଅଂଚଳର ପ୍ରାୟ ଶହ ଶହ ଚାଷୀ ବୃନ୍ଦ ଅବରୋଧ କରିଛନ୍ତି। ପ୍ରକୁତରେ ଦେଖିବାକୁ ଗଲେ ଏହି ଅଂଚଳର ଚାଷୀବୃନ୍ଦ ବର୍ଷା ପାଣିକୁ ଭରସା କରି ଚାଷ କାମ କରି ଥାନ୍ତି ହେଲେ ଗତ ବର୍ଷ ବର୍ଷା ବିଳମ୍ବ ସହିତ ଆବଶ୍ୟକ ଠାରୁ କମ୍ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଦେଖା ଯାଇଥିଲା ଏବଂ ପ୍ରଧାମନ୍ତ୍ରୀ ଫସଲ ବୀମା ରାଶି ପାଇବା
ଯୋଗ୍ୟ ତାଲିକାରେ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀ ବୃନ୍ଦ ତାହା ପାଇବାରୁ ବଞ୍ଚିତ ଥିବା ନେଇ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବାରୁ ଅଞ୍ଚଳର ଚାଷୀ ବୃନ୍ଦ ବାଧ୍ୟ ହୋଇ ରାଜରାସ୍ତାକୁ ଓଲହାଇ ହଲଦି ରାଜ ରାସ୍ତା ୫୯ କୁ ଅବରୋଧ କରିଥିବା ଜଣାଯାଏ।ଖବର ପ୍ରସାରଣ ହେବା ପର୍ଯ୍ୟନ୍ତ ଅବରୋଧ ସ୍ଥାନରେ ମୁରିବାହାଲ୍ ତହସିଲଦାର,ଏସ ଡି ପି ଓ, ମୁରିବାହାଲ୍ ବ୍ଲକ୍ ଅଧକ୍ଷ ତଥା ମୁରିବାହାଲ୍ ପୋଲିସ ପ୍ରଶାସନ ପହଞ୍ଚି ଥିବାର ସୂଚନା ମିଳିଛି।