-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
16-Aug-2022
ସୁବର୍ଣ୍ଣପୁର/ ଆଜାଦି କି ଅମୃତ ମହୋତ୍ସବ ଅବସର ରେ ଚିତ୍ର କଳା ଅନୁଷ୍ଠାନ (ଏ ଏ କେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ) ପକ୍ଷରୁ ସ୍ୱାଧୀନତା ଦିବସରେ ଏକ ପ୍ରଦାର୍ଶନୀ ମେଳା ବା ଉସ୍ସବ ପାଳନ ହୋଇ ଯାଇଛି l ଏଥିରେ ଅତିଥି ଭାବେ ଜ଼ିଲ୍ଲା ପୋଲିସ କନେଷ୍ଟବଲ ସଂଘର ସଭାପତି କୁମୁଦ ରଞ୍ଜନ ମେହେର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ବିଶ୍ୱନାଥ ମେହେର, ଅନୁଷ୍ଠାନର ଉପଦେଷ୍ଟା ଜନ୍ମଞ୍ଜୟ ପାତ୍ର, ସୁଦଂlଶୁ ଶେଖର ମିଶ୍ର, କୃଷ୍ଣ ଚନ୍ଦ୍ର ବେହେରା, ବାସୁଦେବ ସେଠି, ପୁଷ୍ପା ମେହେର କାର୍ଯ୍ୟକ୍ରମର ଉଦଯାପନୀ ଉସ୍ସବ ରେ ଯୋଗ ଦେଇ ଛାତ୍ରଛାତ୍ରୀ ଉତ୍କୃଷ୍ଟ ଚିତ୍ର କଳା ପାଇଁ ପ୍ରଶଂସା କରିଥିଲେ l ଚିତ୍ରଶିଳ୍ପୀ ତଥା ଅନୁଷ୍ଠାନର ଆୟୋଜକ ଶ୍ୟାମ ସୁନ୍ଦର ମେହେର ମହାତ୍ମା ଗାନ୍ଧୀଙ୍କ ଚିତ୍ରକୁ ଏକ ନୁଆଁ ଢଙ୍ଗ ରେ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲେ l ସମସ୍ତ ଅତିଥି ତ୍ରିରଙ୍ଗା ଝଣ୍ଡାରେ ପୁଷ୍ପ ଅର୍ପଣ କରିଥିବା ବେଳେ କୁନି ଚିତ୍ର ଶିଳ୍ପୀ ସମ୍ପନ୍ନା ମେହେର ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ l
ଏହି ଅନୁଷ୍ଠାନରେ ଶିକ୍ଷା ଲାଭ କରିଥିବା ଛାତ୍ର ଅରମାନ ତ୍ରିପାଠୀ, ଛାତ୍ରୀ ଶ୍ରୀୟା ମେହେର, ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୂର୍ବରୁ ପୁରସ୍କୃତ ହୋଇ ଅନୁଷ୍ଠାନର ଗୌରବ ବଢ଼ାଇ ଥିବା ବେଳେ ଏହି ଅନୁଷ୍ଠାନ ଓଡିଶା ଲଳିତ କଳା ଏକାଡେମୀ ଠାରୁ ପାଇଥିବା ସ୍ୱୀକୃତି ମାଧ୍ୟମରେ ଶିକ୍ଷାଦାନ କରିଥିବା ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବିଷୟ ସଭାପତି ଶ୍ରୀମତୀ ମେହେରଙ୍କ ଠାରୁ ସୂଚନା ମିଳିଛି l