-+91-9937148622 |

prerana_bgr@rediffmail.com |

  Sunday 1st October 2023 |

| | | |

R.N.I. Regd No. ODIODI/2010/46693

Breaking News

ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ    (01-Oct-2023)       ||      ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   (01-Oct-2023)       ||      ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    (30-Sep-2023)       ||      ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ    (30-Sep-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   (30-Sep-2023)       ||      ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   (30-Sep-2023)       ||      ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   (30-Sep-2023)       ||      ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।    (30-Sep-2023)       ||      ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ    (29-Sep-2023)       ||       ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    (29-Sep-2023)       ||      ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   (29-Sep-2023)       ||      ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   (29-Sep-2023)       ||      ଦେଓଗାଁ ବ୍ଲକ ର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ବଲାଙ୍ଗିର ସାଂସଦ , କେନ୍ଦ୍ର ର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଲେ    (29-Sep-2023)       ||      ଘେନୁପାଲିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ଉତ୍ସବ   (29-Sep-2023)       ||      ବିଭିନ୍ନ ପଦବୀ ଚୟନ ଅନୀୟମିତତା କୁ ନେଇ ହଳଦୀ ହାଇସ୍କୁଲ ରେ ତାଲାମାରିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା l   (29-Sep-2023)       ||      ଜିଲ୍ଲା ଯୋଜନା କମିଟି ର ସଦସ୍ୟ ହେଲେ ଦୁଇ କାଉନସିଲର    (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ରୁ ବହିସ୍କାର କରାଯିବା ପ୍ରତିବାଦରେ ଲୋଇସିଂହା ଠାରେ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗ କୁ ବିଧାନସଭା ରୁ ବହିସ୍କାର କରାଯିବା ଦାବିରେ ଲୋଇସିଂହା ଠାରେ 26 ନଂ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||      ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ    (28-Sep-2023)       ||      ମର୍ନିଙ୍ଗ ୱାକର ଟିମ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଶୋକ ସଭା   (28-Sep-2023)       ||     

HOME   ଜିଲ୍ଲା

ବରଗଡ ରେ ସ୍ୱାଧୀନତା ଦିବସ ପାଳିତ

16-Aug-2022



ବରଗଡ଼(ନିରଞ୍ଜନ ତ୍ରିପାଠୀ): ୭୬ ତମ ସ୍ବାଧିନତା ଦିବସ ସମାରୋହରେ ଜର୍ଜ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀମାନ ନବକିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ କୋଭିଡ କଟକଣା ଯୋଗୁଁ ପରେଡ କମାଣ୍ଡର ଚୂଡାମଣି ନାୟକ ଙ୍କ ନେତୃତ୍ୱରେ କେବଳ ପୋଲିସ ବାହିନୀ ଅଭିବାଦନ ପ୍ରଦାନ କରିଥିଲେ। ଜର୍ଜ ଉଚ୍ଚ ବିଦ୍ୟାଳୟ ଓ ଏଇଏମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟଅତିଥି ଶ୍ରୀମାନ ଦାଶ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦ ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ଜ୍ଞାପନ କରିଥିଲେ।କରୋନା ଲଢ଼େଇ ରେ ଜୀବନ କୁ ବାଜି ଲଗାଇ କାର୍ଯ୍ୟ କରିଥିବା ଡ଼ାକ୍ତର, ପୋଲିସ, ସଫେଇ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ଆଦି ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପ୍ରଗତି ର ପ୍ରଶଂସନୀୟ ପଦକ୍ଷେପ ବିଶ୍ୱସ୍ତରରେ ଓଡ଼ିଶା ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ବାନ୍ଧକଳା, କୃଷି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବରଗଡ ଜିଲ୍ଲା ମଧ୍ୟ ଆଗକୁ ବଢିଛି, କ୍ୟାନ୍ସର ହସପିଟାଲ ର ଆରମ୍ଭ ହେବା ସହିତ ଡାକ୍ତର ପଦବୀ ପୁରଣ ପାଇଁ ପ୍ରୟାସ କରାଯାଉଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ଏ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ, ଅଗ୍ନିଶମ, ସାମାଜିକ ସୁରକ୍ଷା, ପୈାର ପରିଷଦ, ପୋଲିସ ବିଭାଗ ର ୨୦ ଜଣ କୋଭିଡ ଯୋଦ୍ଧା ଙ୍କୁ ସନ୍ଥ କବୀର ପୁରସ୍କାର ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ୧୯ ଜଣ ବାନ୍ଧଶିଳ୍ପୀ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଦେଶପାଇଁ ଲଢ଼େଇ କରି ଶହୀଦ ହୋଇଥିବା ଯବାନ ଅଶୋକ କୁମାର ବେହେରା (କଦଳୀପାଲି, ବରପାଲି), ଶହୀଦ ରଞ୍ଜନ କୁମାର ଦାଶ(ଖଣ୍ଡହତା, ବରଗଡ଼), ଶହୀଦ ଗଙ୍ଗାଧର ଦଲେଇ(ବରାହମୁଣ୍ଡା, ଅତାବିରା) ଙ୍କ ପରିବାର ବର୍ଗଙ୍କୁ ଘରଡିହ, ଜମିପଟ୍ଟା ପ୍ରଦାନ କରାଯାଇଥିଲା।ପରେଡ ପ୍ରାଙ୍ଗଣରେ କାର୍ଯ୍ୟକ୍ରମ ପରେପରେ ମୁଖ୍ୟଅତିଥି ଶ୍ରୀମାନ ଦାଶ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ର ପରିସ୍ଫୁଟନ "ବିଜେତା"କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।ଏ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନଲାଇନ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ହୋଇଥିଲା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଓ ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଶ୍ରୀମାନ ଦାଶ ବରଗଡ ଗାନ୍ଧୀ ଛକ ସ୍ଥିତ ମହାତ୍ମାଗାନ୍ଧୀ, ସ୍ୱଭାବ କବି ଗଙ୍ଗାଧର ମେହେର, ଭାରତ ରତ୍ନ ଡା.ବି.ଆର.ଆମ୍ବେଦକର ଓ  ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉତ୍ସବ ରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପରମାର ସ୍ମିତ ପୁରୁଷୋତ୍ତମ ଦାଶ, ଅତିରିକ୍ତ ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ତଥା କାର୍ଯ୍ୟଳୟ ର କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମ ର ସୁ-ପରିଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ   01-Oct-2023
  ଜିଲ୍ଲା  
ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   01-Oct-2023
  ଜିଲ୍ଲା  
ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    30-Sep-2023
  ଜିଲ୍ଲା  
ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   30-Sep-2023
  ଜିଲ୍ଲା  
ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   30-Sep-2023
  ଜିଲ୍ଲା  
ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।   30-Sep-2023
  ଜିଲ୍ଲା  
ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ   29-Sep-2023
  ଜିଲ୍ଲା  
 ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    29-Sep-2023
  ଜିଲ୍ଲା  
ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   29-Sep-2023
  ଜିଲ୍ଲା  
ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   29-Sep-2023

You Might Also Like