-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
15-Aug-2022
ନବରଙ୍ଗପୁର(ପ୍ରେରଣା ଖବର) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ରେ ପ୍ରବଳ ବୃଷ୍ଟିପାତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ଜିଲ୍ଲାର ଦଶ ଗୋଟି ବ୍ଲକ ମଧ୍ୟରୁ ଆଠୋଟି ବ୍ଲକ ର ୮୩ ପଞ୍ଚାୟତ ର ୧୩୪ ଟି ଗ୍ରାମ ପ୍ରବାହିତ ହୋଇଛି। ଜିଲ୍ଲାର ନବରଙ୍ଗପୁର ବ୍ଲକ ର ୧୬୭.0, ନନ୍ଦାହାଣ୍ଡି ୧୪୯.୦, ତେନ୍ତୁଳଖୁଣ୍ଟି ୧୬୪.୦, ପାପଡ଼ାହାଣ୍ଡି ୧୯୫.୦, କୋଷାଗୁମୁଡ଼ା ୧୭୧.୨, ଡାବୁଗାଁ ୨୧୩.୩, ଉମରକୋଟ ୧୨୬.୦, ରାଇଘର ୮୭.୦, ଝରିଗାଁ ୧୨୮.୪, ଚନ୍ଦାହାଣ୍ଡି ୯୩.୦ ବୃଷ୍ଟିପାତ ରେକର୍ଡ ହୋଇଅଛି। ସର୍ବମୋଟ ଜିଲ୍ଳାରେ ୧୪୬୬.୯ ମିଲି ମିଟର ବର୍ଷା ହୋଇଅଛି। ପ୍ରାରମ୍ଭିକ ଆକଳନ ରୁ ଜିଲ୍ଲାରେ ୩୯୦ କଚା ଘର ଆଂଶିକ ଭାବରେ ଭାଙ୍ଗି ଥିବାର ଆକଳନ କରାଯାଇଛି। ସେହିପରି ଲୋକଙ୍କୁ ତୁରନ୍ତ ୩୯୦ ଟି ଜରି ବଣ୍ଟା ଯାଇଛି।