-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗିର, ଆଜି ଦିନ ବେଳା ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ମହୀପୁର ଗାଁ ର ଚନ୍ଦ୍ରଶେଖର ଭୋଇ ନାମକ ଜଣେ ଯୁବକ ଟ୍ରାକ୍ଟର ଧକ୍କାରେ ଗୁରୁତର ଆହାତ ହୋଇ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ବଲାଙ୍ଗୀର ହସ୍ପିଟାଲ ରେ ଓ ଅବସ୍ଥା ଗୁରୁତର ହେବାରୁ ତାକୁ ଡାକ୍ତର ବୁର୍ଲାକୁ ରେଫର୍ କରିଛନ୍ତି । ସୂଚନାରୁ ପ୍ରକାଶ ଯେ ଆଜି ଚନ୍ଦ୍ରଶେଖର ଭୋଇ ଏକ ବାଇକ୍ ଯୋଗେ ମହୀପୁରରୁ ତୁଷୁରା କୁ ଯାଉଥିବା ସମୟରେ ସାମନା ପଟରୁ ଏକ ଟ୍ରାକ୍ଟର ଆସି ତାଙ୍କୁ ଧାକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା । ଦୁର୍ଘଟଣାରେ ଚନ୍ଦ୍ରଶେଖର ଙ୍କ ବାମ ଗୋଡ ଓ ହାତରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଏଡିକାଲ କଲେଜ ର ସର୍ଜରୀ ୱାର୍ଡରେ ଓ ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।