-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗୀର(ପ୍ରେରଣା ଖବର)- ସ୍ଥାନୀୟ କଲେଜ ଛକ ଶିଶୁ ମନ୍ଦିର ଠାରେ ଅଖୀଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି) ତରଫରୁ ସ୍ୱାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରୀତ ଅତିଥି ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ, ଅଧ୍ୟକ୍ଷ, ଲୋଇସିଂହା ମହାବିଦ୍ୟାଳୟ, ଦିଲିପ ସିଂ ଦେଓ, ଅଧ୍ୟକ୍ଷ, କଳାଧାମ, ହେମନ୍ତ କୁମାର ମଲ୍ଲିକ, ଅଧ୍ୟାପକ, ମହିଳା ମହାବିଦ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତୃତା, ସଙ୍ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଏକକ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ଓମ ଅମୃତ ମହାନ୍ତି, ସମୀକ୍ଷା ବୁଡେକ, ପୁରୁଷୋତ୍ତମ ବେହେରା, ସୁମନ୍ତ ସାହୁ, ଦେବୀଷ ବାଗ, ସୌମ୍ୟାରାଣୀ ମିଶ୍ର, ବିଘ୍ନେଶୀ ବାରିକ, ଶୁଭଶ୍ରୀ ବେହେରା, ବିକାଶ ଭୋଇ, ରାକେଶ ସାଏ, ଜୟକାନ୍ତ ବାଗ, ରେସ୍ମା ମେହେର, ସୁଧାଂଶୁ ବାଗ, ନନ୍ଦିନୀ ଠାକୁର, ଶୁଭ ଲକ୍ଷ୍ମୀ ମେହେର, କାମିନୀ ସାହୁ, ତପନ ମଲ୍ଲିକ ପ୍ରମୁଖ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଏବିଭିପି କର୍ମକର୍ତ୍ତାଙ୍କ ଦ୍ୱାରା ୫୦ଟି ଗ୍ରାମରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲଳିତ କୁମାର ଦାଶ, ସ୍ୱରାଜ ପୁରୋହିତ, ଉତ୍ତମ ବରାଡ, ଜିତ୍ ସୁନା, ନିଲମ ପ୍ରଧାନ, ପ୍ରୀତି ପ୍ରଧାନ, ନବୀନ ସଗରିଆ, ଦିବ୍ୟ ରଂଜନ କାଲସାଏ, ଚୁଡାମଣୀ ବଏ, ବିଷ୍ଣୁ ଜେନା, ପଣ୍ଡିତ ବୁଦ୍ଧିଶକ୍ତ ବେଜ ତଥା ଶିଶୁ ବିଦ୍ୟାମନ୍ଦିରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।