-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
14-Aug-2022
ବଲାଙ୍ଗିର,: ଲଗାଣ ବର୍ଷାରେ ବଲାଙ୍ଗିର ସହରର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଶାସ୍ତ୍ରୀନଗରରେ ଲୋକଙ୍କ ଘରକୁ ବର୍ଷା ଜଳ ପଶିଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ସମୟରେ ପୌରାଧ୍ୟକ୍ଷା ଲିକା ସାହୁ ଅଂଚଳରେ ପହଂଚି ଲୋକଙ୍କ ଅବସ୍ଥା
ବୁଝିବା ସହ ଅଗ୍ନିଶମ ବିଭାଗକୁ ଡ଼କାଇ ତୁରନ୍ତ ଜମି ରହିଥିବା ବର୍ଷା ଜଳକୁ ନିସ୍କାସନ କରାଇଥିବା ଦେଖିବାକୁ ମିଳିଛି । ସେହିପରି ତହସିଲ୍ଦାର୍ଙ୍କୁ କହି ପଡ଼ାବାସୀଙ୍କୁ ପୋଲିଥିନ୍ ଯୋଗାଇଥିବା ଜଣାପଡ଼ିଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ମି ଜୟଶ୍ରୀ ରେଡ୍ଡି, କାଉନସିଲର ଶତୃଘ୍ନ ବାଗ ଏବଂ ପୌର କର୍ମଚାରୀମାନେ ଶାସ୍ତ୍ରୀନଗରରେ ଉପସ୍ଥିତ ରହିଥିଲେ ।
(ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)