-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
14-Aug-2022
ଖପ୍ରାଖୋଲ(ପ୍ରେରଣା ଖବର)-ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ଗୁରୁତର ହୋଇ ବଲାଙ୍ଗୀର ସରକାରୀ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କୁଆଁରଲାଲ ଗାଁ ରେ । ସୂଚନାରୁ ପ୍ରକାଶ ଯେ ଏହି ଗାଁ ର ହେମସାଗର ସୁନା ସୁଦର ତାମିଲନାଡୁରେ ଦାଦନ ଶ୍ରମିକ ଭାବରେ କାମ କରନ୍ତି । ତେବେ ଗାଁ ରେ ଥିବା ସ୍ତ୍ରୀ ଗୀତା ସୁନା କୁ ଯେତେବେଳେ ବି ଫୋନ୍ କଲେ ସେ ଫୋନ୍ ରିସିଭ କରୁଥିବା ନେଇ ସ୍ୱାମୀ ଙ୍କ ର।।ଗ ରହିଥିଲା । ଏପରିକି ସେ ନିଜ ସ୍ତ୍ରୀଙ୍କୁ ସନ୍ଦେହ ଆଖିରେ ଦେଖିଥିଲେ । ଆଜି ଅପରାହ୍ନରେ ତାମିଲନାଡୁରେ ଆସି କୁଆଁରଲାଲ ଗାଁ ରେ ପହଂଚିବା ପରେ ଫୋନ୍ ଲଥାବାର୍ତ୍ତାକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସl ହୋଇଥିଲା l ହୋଇଥିଲା । ଶେଷରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ହେମସାଗର ନିଜ ସ୍ତ୍ରୀ ଗୀତା କୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୀତା ଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଗୀତା ଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି ।