-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
14-Aug-2022
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଘୁନଘୁଟିପାଲି ଗ୍ରାମରେ ଦିର୍ଘ ପାଞ୍ଚ ଦିନ ବ୍ୟାପି ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନିକଟ ଦେଉଳଗାଁ ରୁ ରାଧାକୃଷ୍ଣଙ୍କ ଜୁଗଳ ମୁର୍ତ୍ତି କୁ ଝୁଲାଇ ଝୁଲାଇ କୀର୍ତ୍ତନ କରି ଘୁନଘୁଟିପାଲି ଗ୍ରାମକୁ ଅଣାଯାଇଥାଏ ଓ ପାଞ୍ଚ ଦିନ ବ୍ୟାପି ଭାଗବତ ପଠନ ସହ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ଓ ରାକ୍ଷୀ ପୂର୍ଣ୍ଣିମା ଦିନ ଯୁଗଳ ମୁର୍ତ୍ତିକୁ ରଥାରୁଢ କରି ନଗର ପରିକ୍ରମା କରାଯାଏ । ଏହି ଯାତ୍ରା ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ସମାଗମ ହୋଇଥାନ୍ତି । ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ଅକ୍ଷୟ ସାହୁ ଓ ଖେଳମତି ସାହୁ ରହିଥିଲେ । କମିଟିର ହରିଶ୍ଚନ୍ଦ୍ର ବଗର୍ତ୍ତି, ବିଦ୍ୟାଧର ବିଶି, ଅର୍ଜୁନ ସାହୁ, ରମଣିକାନ୍ତ ପଟେଲ ଓ କୋଶଳ ଷ୍ଟାର ଯୁବକ ସଂଘର ଯୁବକମାନେ ସହଯୋଗ କରିଥିଲେ ।