-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
13-Aug-2022
ସୁବର୍ଣ୍ଣପୁର: ଆଜି ସୁବର୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ପାତଳୀ ଶ୍ରୀକ୍ଷେତ୍ରରେ ର ଜଗନ୍ନାଥ ଧାମ ଠାରେ ନୂତନ ଜଙ୍ଗଲ ସୃଷ୍ଟି ସକାଶେ ଗଜା ନିମ୍ବ ମଞ୍ଜି ଫିଙ୍ଗା ଯାଇଛି l ସୁବର୍ଣପୁର ଜିଲାର କିଛି ଜଗନ୍ନାଥ ଭକ୍ତ, ସ୍ବେଛାସେବୀ ଓ ଛୋଟ ପିଲା ଏହି ମହତ କାର୍ଯ୍ୟ ରେ ସାମିଲ ଥିଲେ ।ଦିନକୁ ଦିନ ବ୍ୟାପକ ଜଙ୍ଗଲ କ୍ଷୟ ଓ ଜଳବାୟୁରେ ପରିଵର୍ତନ ତଥା ସମୟରେ ବର୍ଷା ନ ହେବା ଓ ନିମ୍ବ ଗଛ ରୁ ଦାରୁ ନିର୍ମାଣ କରିବା ପାଇଁ ସୁବର୍ଣପୁର ଜିଲାର ପ୍ରକୃତି ପ୍ରେମୀ ମନୋଜ ପଣ୍ଡା ଗତ ଗ୍ରୀଷ୍ମପ୍ରବାହ ରେ ହଜାର ସଂଖ୍ୟା ରେ ନିମ୍ବ ମଞ୍ଜି ଶୁଖାଇ ରଖିଥିଲେ ,ଜୈବିକ ପଦ୍ଧତି ରେ ଗୋମୂତ୍ର ଓ ନିମ୍ବ ପତ୍ର ଦେଇ ତାକୁ ବିଶୋଧନ କରି ମଞ୍ଜି ଫିଙ୍ଗିବାର କିଛି ଦିନ ଆଗରୁ ତାକୁ ଗଜା କରି ରଖିଥିଲେ ଓ ଯେତେବେଳେ ବର୍ଷା ଋତୁ ଆସିଲା ତାକୁ ନେଇ ପାତାଳୀ ଶ୍ରୀକ୍ଷେତ୍ର ଦର୍ଶନ ରେ ଆସିଥିବା ମହିଳା ଭକ୍ତ ଓ ଛୋଟ ଶିଶୁ ଙ୍କ ସହାୟତା ରେ ତାକୁ ଜଙ୍ଗଲ ଭିତରକୁ ଫିଙ୍ଗି ଦେଇଥିଲେ । ମନୋଜ ଆଗରୁ ମଧ୍ୟ ବିଭିନ୍ନ ଜାଗାରେ ପ୍ରାକୃତିକ ହିସାବରେ ସବୁଠି ଗଛ ଗୁଡିକ କିପରି ବଞ୍ଚିବ ତା ବିଷୟରେ ଫରେଷ୍ଟ ବିଭାଗୀୟ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିଲେ ଓ ତାଙ୍କ ପରାମର୍ଶ ନେଇ ଏହି ଚାରା ଅତ୍ୟଧିକ ଲାଭ ପ୍ରଦ ହୋଇ ପାରିବ ବୋଲି ଜାଣି ଏ ପ୍ରକ୍ରିୟା ଆରମ୍ଭ କରିଥିଲେ ।ଏଥିରେ ଆଶିଷ ସାହୁ , କମଳା ବଗର୍ତ୍ତି , ଚକ୍ରଧର ପାଣ୍ଡେ ପ୍ରମୁଖ ଏ ଅଂଚଳ ର କିଛି ସ୍ବେଛାସେବୀ ଉପସ୍ଥିତ ରହି ଥିଲେ । ଏପରି ଅଭିନବ ପ୍ରୟାସ ରେ ଜଙ୍ଗଲ ସୃଷ୍ଟି କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।