-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
07-Aug-2022
ବରଗଡ଼:-ଜଣେ ଦରଦୀ ବଂଧୁ ଭାବେ ମୁକୁନ୍ଦ ଦାଶଙ୍କୁ ବରଗଡ ଜିଲ୍ଲା ଅଧିନରେ ଥିବା ଗାଁ ଠୁ ସହର ପର୍ଯ୍ୟନ୍ତ କିଏବା ନଜାଣେ ।ସମାଜସେବାକୁ ପାଥେୟ କରି ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି ଆଗକୁ ଆଗକୁ। ଜନସାଧାରଣ ଙ୍କ ଠାରୁ କିଛି ଆର୍ଥିକ ସହଯୋଗ ର ସହାୟତା ପାଇ ଏକ ଜନକଲ୍ୟାଣ ସେବା ଟ୍ରଷ୍ଟ ଗଠନ କରି ନିଜକୁ ସମର୍ପିତ କରିଦେଇଛନ୍ତି। ଲୋକଙ୍କ ସୁଖଦୁଃଖ ର ସାଥି ଭାବେ ଆଜି ସାରା ରାଜ୍ୟରେ ଶ୍ରୀ ଦାଶ ବେଶ ଚର୍ଚ୍ଚିତ ଚେହେରା। ଆଜି ବରଗଡ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୁଆଗଡ ଗାଁ ର ଦୁଇଜଣ ସମାଜସେବୀ ତଥା ବିଶିଷ୍ଟ ଚାଷୀ ଶ୍ରୀ ଦାଶ ଙ୍କ
ସମାଜସେବା କୁ ଅନୁସରଣ କରି ସବୁଦିନ ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଆଜିବନ ସଦସ୍ୟତା ଗ୍ରହଣ କରିଛନ୍ତି। ସେମାନଙ୍କୁ ଆଜି ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି।ସେବା ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ ରେ ଆତ୍ମସନ୍ତୋଷ ପ୍ରକାଶ କରି ଆମେ ଆଜୀବନ ସଦସ୍ୟତା ଗ୍ରହଣ କଲୁ ବୋଲି ସେମାନେ ସୂଚନା ପ୍ରଦାନ କରିଛନ୍ତି।