-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
05-Aug-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଢେଇପଙ୍କ ସରଶ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃସମ୍ମିଲନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ସଂଜୀବ ପୁରୋହିତଙ୍କ ତତ୍ୱାବଧାନରେ ହୋଇଥିବା ଏହି ମାତୃ ସମ୍ମିଲନୀରେ ଅଭିଭାବିକା ମାନେ ଯୋଗଦେଇଥିଲେ । ବିଶେଷକରି ଶିଶୁର ଶାରିରୀକ, ମାନସିକ, ଆତ୍ମିକ, ବୌଦ୍ଧିକ ଓ ବ୍ୟବହାରିକ ବିକାଶ ଉପରେ ଆଲୋଚନା ହୋଇଥିଲା । ଏହି ଅବଶରରେ ମାଁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା । ଅଚ୍ୟୁତାନନ୍ଦ ପୁରୋହିତ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ । ଆଲୋକ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ ।