-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Aug-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଶ୍ରାବଣରେ ଅନିୟମିତତା ବର୍ଷା ଯୋଗୁଁ ଚଳିତ ଖରିଫ ଚାଷ ବିଳମ୍ବ ହେଉଛି ।ଅନ୍ୟ ପଟେ ହୀରାକୁଦ ଜଳସେଚିତ ବିନିକା ଅଞ୍ଚଳର ଶାଖା କେନାଲ ମାନଙ୍କରେ ପାଣି ଆସୁନଥିବାରୁ ଚାଷୀଙ୍କ ପାଇଁ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେଲାଣି ।ସୂଚନା ଯୋଗ୍ୟ ଯେ ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ଆସୁନଥିବାରୁ ଚାଷୀଙ୍କ ପାଇଁ ରୁଆ ବେଉଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ପଛେଇ ଯାଇଛି ।ତେଣୁ ଦୂନିଆକୁ ଆହାର ଯୋଗାଉଥିବା ଚାଷୀ ମାନଙ୍କ ହିତ ପାଇଁ ତୁରନ୍ତ କେନାଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଣ କରିବା ନେଇ ବିନିକା ଜିଲ୍ଲାପରିଷଦ ଜୋନ ନଂ ୮ର ସଭ୍ୟା ପ୍ରମିଳା କଲତାଙ୍କ ନେତୃତ୍ୱରେ ବିନିକା ନଗର ବିଜେପି ସାଂସଦ ପ୍ରତିନିଧି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସନା,ବିଜେପି ନେତା ସମ୍ବିତ ନେପାକ ପ୍ରମୁଖଙ୍କ ସମେତ କର୍ମୀମାନେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।