-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Aug-2022
ତୁଷୁରା(ପଞ୍ଚାନନ ବଗର୍ତ୍ତୀ) -ବଲାଙ୍ଗିର ଜିଲ୍ଲା ତୁଷୁରା ସରକାରୀ ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର ଲଲାଟେନ୍ଦୁ ନାୟକ ଗୁରୁବାର ନୂତନ ଭାବେ ଯୋଗ ଦେଇ ରୋଗୀ ଚିକିତ୍ସା କରିଛନ୍ତି। ଡାକ୍ତର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ,ରୋଗୀ ସେବାକୁ ପ୍ରାଥମିକତା ଦିଆଯିବ । ଏଠାରେ ସୂଚନାଯୋଗ୍ଯ ଯେ, ପ୍ରାୟ ୨୦ଦିନରୁ ଉର୍ଦ୍ଧ୍ବ ହେଲାଣି ଏହି
ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଫର୍ମାସିଷ୍ଟ ରୋଗୀ ସେବା କରୁଥିଲେ । ଏପରି କି ପ୍ରଶାସନ ପକ୍ଷରୁ ୫ଜଣ ଡାକ୍ତରଙ୍କୁ ତୁଷୁରା ଚିକିତ୍ସାଳୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ଯ ବିଭିନ୍ନ ଆଳ ଦେଖାଇ ଯୋଗ ଦେଇ ନଥିଲେ। ଯେହେତୁ ତୁଷୁରା ଚିକିତ୍ସାଳୟ ଉପରେ ଆଖପାଖର ପ୍ରାୟ ୫୦ଟି ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ପ୍ରତ୍ୟେକ ଦିନ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ।