-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
04-Aug-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର- କଟକ ୫୫ନମ୍ବର ଜାତୀୟ ରାଜପଥ ର ଚାରିଥାକିଆ ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ପୁରୁଣା ରାସ୍ତା ମରାମତି ଦାବୀରେ ରେଢାଖୋଲ ନାଗରିକ କମିଟୀ ପକ୍ଷରୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ,ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ,ବଜାର, ଗାଡି
ଚଳାଚଳ ବନ୍ଦ ରହିବା ସହ ସମସ୍ତ ସରକାରୀ ବେସରକାରୀ ଅଫିସ୍ ସ୍କୁଲ କଲେଜ ବନ୍ଦ ରହିଥିଲା , କୋର୍ଟ ,ବ୍ୟାଙ୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସବୁ ପିକେଟିଂ କରି ବନ୍ଦ କରିଥିଲେ ଆନ୍ଦୋଳନ କାରୀ । ଭୀମଭୋଇ ଛକ ଓ ଡାକ୍ତରଖାନା ଛକରେ ବନ୍ଦ କରାଯାଇଥିଲା , ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ଆନ୍ଦୋଳନ ସ୍ଥଳକୁ ଏନଏଚଏଆଇର ପ୍ରକଳ୍ପ ନିର୍ଦ୍ଦେଶକ କେ ନାଗେଶ୍ଵର , ରେସିଡେଣ୍ଟ ଇଂଜିନିୟର ନାଗେଶ୍ବର ରାଓ , ଏନଏଚଏଆଇ ସମ୍ବଲପୁର ମ୍ୟାନେଜର ନିତିନ ଗୁପ୍ତା , ରୋଡ଼ ସେଫଟି ସହକାରୀ ଯନ୍ତ୍ରୀ ଚନ୍ଦନ କୁମାର ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା , ପୋଲିସ ଏସଡିପିଓ ପ୍ରଶାନ୍ତ ମେହେର , ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପହଞ୍ଚି ନାଗରିକ କମିଟି
ସହ ଆଲୋଚନା କରି ଲିଖିତ ଭାବେ ପ୍ରତିଶ୍ରୁତି ଦେବାପରେ ଦିନ ୧୨ ଟାରେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ । ଆଗାମୀ ସାତ ଦିନ ମଧ୍ୟରେ ସାଧୁମୁଣ୍ଡା ରୁ ରେଢ଼ାଖୋଲ ପର୍ଯ୍ୟନ୍ତ ଆଗାମୀ ୧୫ ଦିନ ମଧ୍ୟରେ ମରାମତି କରାହେବ ଓ ରେଢ଼ାଖୋଲ ରୁ ଚାରମାଳ ପର୍ଯ୍ୟନ୍ତ ସାତ ଦିନ ମଧ୍ୟରେ ଏକ ପିଚୁ ପ୍ରସ୍ତ ଦେଇ ମରାମତି କରାହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।