-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
04-Aug-2022
ପାଟଣାଗଡ(ପୂର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ରେ ଦିନ କୁ ଦିନ ରନ୍ଧା ମଦ, ଗଞ୍ଜେଇ ବିଦେଶୀମଦ ,ବ୍ରାନସୁଗର,ଟେବେଲେଟ ,କଫ ସିରଫ ଭଲି ନିଶା ଦ୍ରବ୍ୟ ବଢ଼ି ଚାଲିଥିବା ବେଳେ ଛୋଟ ଛୋଟ ବେପାରୀ ମାନଙ୍କୁ ଗିରଫ କରି ପୋଲିସ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି। କିନ୍ତୁ ଅବକାରୀ ବିଭାଗ କର୍ମଚାରୀ କମ୍ ଥିବାରୁ ଯେତିକି ସକ୍ଷମ ସେତିକି ଚଢ଼ାଉ କରି ଗିରଫ କରୁଛନ୍ତି । କିନ୍ତୁ ଉପଖଣ୍ଡ ର ୫ ଟି ଥାନା ମଧ୍ୟରୁ ମାନିବାକୁ ପଡିବ ଯେ ଖପ୍ରାଖୋଲ ଥାନା ଅଧିକାରୀ ଭାବେ ରମାକାନ୍ତ ସାହୁ ଙ୍କ ଯୋଗ ଦେବାପରେ ବହୁତ୍ ବେଆଇନ ନିଶା କାରବାର କମିବାକୁ ବସିଲାଣି । କିନ୍ତୁ ଦୁଃଖର ବିଷୟ ଏହି କିଯେ ଖପ୍ରାଖୋଲ ଭଲି ମୁଖ୍ୟ ସ୍ଥାନରେ ବେଧଡକ ଭାବେ ସଟ୍ଟା ଆଡ୍ଡା ଥିବା ବେଳେ ମହାଶୟ ଜଣକ କାହିଁକି ଧରୁ ନାହାନ୍ତି ; ନାଁ କୌଣସି ରାଜନୈତିକ ଚାପରେ ଧରୁନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ଧଣ୍ଡାମୁଣ୍ଡା ଗ୍ରାମ ର ବେଆଇନ କଫ ସିରଫ କାରବାର କରୁଥିବା କାଳିଆ ଓରଫ ସତ୍ୟବ୍ରତ ପଟେଲ (୪୨) ଘରେ କଫ ସିରଫ ରଖି ଥିବା କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ୯୬ ବୋତଳ କଫ ସିରଫ ଓ ନିଶା ବଟିକା ଜବତ କରିବା ସହ କାଳିଆ କୁ ଗିରଫ କରାଯାଇଛି । ସେହିପରି ବେଳପଡା ଥାନା ବେଳପଡା ଗାଁ ର ଦୂର୍ଗା ମନ୍ଦିର ପଡ଼ା ରେ ରହୁଥିବା ରଇବାରୁ ଓରଫ୍ ମଧୁସୂଦନ ବାଗ(୩୫) ଘରେ ଚଢ଼ାଉ କରି କଫ ସିରଫ ଜବତ କରିବା ସହ ରଇବାରୁ ଓରଫ୍ ମଧୁସୂଦନ ବାଗ କୁ ଗିରଫ କରିଥିଲେ । ଜବତ କଫ ସିରଫ ମୂଲ୍ୟ ହାରାହାରି ୬୫ହଜାର ହେବ ବୋଲି ଥାନା ଅଧିକାରୀ କହିଥିବା ବେଳେ ଖପ୍ରାଖୋଲ ରେ ଥାନା କେଶ ନଂ୯୫/୨୨ ୟୁ/ଏସ୍ ଦଫା ୨୭୪,୨୭୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।ବେଲପଡା ଥାନା ମୁଖ୍ୟ ସହର ରୁ କରେକ୍ସ ଟ୍ୟାବଲେଟ ଜବତ କରି ଶ୍ରୀ ସାହୁ ଯେଉଁ ଭଳି ଭାବେ ନିଜର କର୍ତ୍ତବ୍ୟ ସାଧନ କରିଛନ୍ତି ତାହା ଅଞ୍ଚଳବାସୀ ଖୁସି ମନ୍ତବ୍ୟ ପାଇଥିବା ବେଳେ ବେଲପଡା ପୋଲିସ କୁ ଲୋକେ ଉପହାସ କରୁଥିବା ଶୁଣିବାକୁ ମିଳୁଛି।