-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
04-Aug-2022
ଲୋଇସିଂହା, (ବିନଦ କୁମାର ଦୀପ) ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ଅଧିନସ୍ଥ ବାରଡୋଳ ଗ୍ରାମରେ ଆଦର୍ଶ ଗ୍ରାମକୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ବ୍ଲକର ୨୦ ଟି ପଂଚାୟତରୁ ବାରଡୋଳ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ପ୍ରଶାସନ ତରଫରୁ ସ୍ୱୀକୃତି ମିଳିଛି l ଆଜି ବାରଡୋଳ ପ୍ରାଥମିକ ବିଦ୍ୟାଳୟରେ ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ପ୍ରଥମ କରି କମିଟି ଗଠନ ପାଇଁ ଆଲୋଚନା ହୋଇଥିଲା l ମଂଚାସୀନ ଥିଲେ ବିଡ଼ିଓ ବିଜୟ ହୋତା, ଜିପିଓ କିଶୋର ଚନ୍ଦ୍ର ମାନସିଂହ, ଏପିଓ ପୁଷ୍ପାଞ୍ଜଳି ସ୍ୱାଇଁ, ଜେଇ ଯୁଧିଷ୍ଠିର ଦେହୁରୀ, ଇଓ ହୁତାଶନ ସୁନା, ସିଆରସିସି ପର୍ଶୁରାମ ସୁନା l ଉପସ୍ଥିତ ଥିଲେ ଜିଆରଏସ ଶ୍ରୀ ପଣ୍ଡା, ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ, ୱାର୍ଡମେମ୍ବର ଅଜାମିଲ ସେଠ୍, ଅଙ୍ଗନବାଡ଼ିକର୍ମୀ, ଆଶା ପ୍ରମୁଖ l ଭିଏଲସିସି କମିଟି ଗଠନ ପାଇଁ ପ୍ରସ୍ତାବ ହୋଇଛି, ଆଗାମୀ କିଛିଦିନ ମଧ୍ୟରେ କମିଟି ଗଠନ ପରେ ଗ୍ରାମରେ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ l ଏହି ଆଲୋଚନାଚକ୍ରରେ ଗ୍ରାମର ଅନେକ ଲୋକ ସାମିଲ ହେବାରେ ଦେଖିବାକୁ ମିଳିଥିଲା l